Breaking Newsଅପରାଧ

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବାରିପଦା : ମୟୁରଭଂଜ ଜିଲ୍ଲା ବହଳଦା-ଝରାଡ଼ିହି ମୁଖ୍ୟ ରାସ୍ତାର କାଙ୍କି ଗ୍ରାମ ନିକଟ ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ମୃତକଦ୍ୱୟ କାଙ୍କି ଗ୍ରାମର ମନମୋହନ ଟୁଡୁ ଓ ଜଣେ ନାବାଳିକା ବୋଲି ଜଣାପଡିଛି।

ଖବର ଅନୁଯାୟୀ ମାସ ପୂର୍ବରୁ ସେମାନେ ଘରୁ ପଳାଇ ଯାଇ ପ୍ରେମ ବିବାହ କରିଥିଲେ। ତିନିଦିନ ତଳେ ସେମାନେ ଘରକୁ ଫେରିଥିଲେ। ଗତକାଲି ଅପରାହ୍ନରୁ ଦୁହେଁ ଘରୁ ବାହାରି ଯାଇଥିଲେ ହେଁ ଆଜି ଦୁହିଁଙ୍କ ମୃତଦେହ ଦେଖିବାକୁ ମିଳିଛି। ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଯୁବକଙ୍କ ହାତ ବନ୍ଧା ହୋଇଥିବା ଯୋଗୁଁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ତେବେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ।

ମତାମତ ଦିଅନ୍ତୁ ।

Back to top button