ସ୍କୁଲରେ କରୋନା କଟକଣା ପାଳନ ନହେଲେ ଦଣ୍ଡ : ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ଵର : ରାଜ୍ୟରେ କୋଭିଡ୍ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇ ସାରିଲେଣି। ଏପରି ସ୍ଥିତିରେ ସ୍କୁଲ ଖୋଲି ସାରିଥିବା ବେଳେ କରୋନା ଯେପରି ନବ୍ୟାପେ ସେଥିନିମନ୍ତେ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ସେ କହିଛନ୍ତି, ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । SRC ଜାରି କରିଥିବା ଗାଇଡଲାଇନ୍ ପାଳନ ପାଇଁ ଗଶଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲମାନଙ୍କରେ ସାନିଟାଇଜେସନ କରାଇବାକୁ ନିର୍ଦ୍ଦେଶ ଜାରି ହୋଇଛି । ସେହିପରି କୋଭିଡ-୧୯ ନିରାପତ୍ତା ମାନିବା ପାଇଁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ବାଧ୍ୟତାମୁଳକ କରାଯାଇଛି । ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଛି । ଯଦି ଏସବୁ ଗାଇଡଲାଇନ୍‌ ଅନୁସାରେ ନହୁଏ ତେବେ ଦଣ୍ଡିତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button