ପେପଏଣ୍ଟର ଗ୍ରାମୀଣ ଗ୍ରାହକଙ୍କ ପାଇଁ କୋଭିଡ୍-୧୯ ସ୍ୱାସ୍ଥ୍ୟବୀମା ପଲିସି

ମୁମ୍ବାଇ : ପେପଏଣ୍ଟ ଇଣ୍ଡିଆ ଯାହା ଆର୍ଥିକ ସେବାର ଲାଷ୍ଟ-ମାଇଲ୍ ଡିଷ୍ଟ୍ରିବ୍ୟୁଟର କୋଭିଡ୍‌-୧୯ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ ପଲିସିକୁ ଭାରତର ଦୁର୍ଗମ ଗ୍ରାମୀଣ ଅଂଚଳରେ ଥିବା ଗ୍ରାହକମାନଙ୍କ ପାଇଁ ନେଇ ଆସିଛି। ଏହି ସୁରକ୍ଷା ପ୍ଲାନରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହସ୍‌ପିଟାଲରେ ଭର୍ତ୍ତି ଖର୍ଚ୍ଚକୁ ମାତ୍ର ୭୯୯ ଟଙ୍କାର ପ୍ରିମିୟମ ପ୍ରଦାନ କରି ଉପଲବ୍ଧ କରାଯାଇପାରିବ।

ସାରା ଭାରତରେ ୬୦,୦୦୦ ରିଟେଲ୍ ଷ୍ଟୋର ରହିଥିବା ପେପଏଣ୍ଟ ଗୋ ଡଜିଟ୍ ଜେନେରାଲ ଇନ୍‌ସ୍ୟୁରାନ୍‌ସ ସହିତ ହାତ ମିଳାଇଛି ଯଦ୍ୱାରା ବୀମାକୁ ଆହୁରି ବ୍ୟାପକ କରିଯାଇପାରିବ ଏବଂ ଗ୍ରାମୀଣ ଅଂଚଳରେ ଥିବା ପରିବାରକୁ କରୋନାଭାଇରସରୁ ସୁରକ୍ଷା ମିଳିପାରିବ। ଗ୍ରାହକମାନଙ୍କୁ ପଲିସି ବୈଶିଷ୍ଟ୍ୟ ବିଷୟରେ ପେପଏଂଟ ଦ୍ୱାରା ବୁଝାଯିବ ଯେପରି ସେମାନେ ଏହି ଉତ୍ପାଦର ବୈଶିଷ୍ଟ୍ୟ ଓ ଲାଭକୁ ଭଲ ଭାବରେ ବୁଝିପାରିବେ।

ପେପଏଣ୍ଟ ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ କେତନ୍ ଦୋଷୀ କହିଛନ୍ତି ଯେତେବେଳେ ଦେଶ ଏକ ଜଟିଳ ସମୟ ଦେଇ ଗତି କରୁଛି ସେତେବଳେ ଭାରତର ସହରାଂଚଳର ୮୦% ଓ ଗ୍ରାମୀଣ ଅଂଚଳର ୮୫% ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟବୀମା କଭରେଜ୍ ସୁବିଧା ନାହିଁ। କୋଭିଡ-୧୯ ହେତୁ ଦାବୀ ଅନେକ ସ୍ଥାନରେ ପ୍ରତ୍ୟାଖ୍ୟାନ ହେଉଛି ଓ ମେଡିକାଲ୍ ଖର୍ଚ୍ଚ ତଥା ଚିିକିତ୍ସା ଖର୍ଚ୍ଚ ମଧ୍ୟ ବହୁତ ବୃଦ୍ଧି ପାଇଛି। କରୋନା ଭାଇରସର ଏହି ସ୍ୱତନ୍ତ୍ର କଭର ମାଧ୍ୟମରେ ଆମର ଗ୍ରାହକମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି ଜନିତ ଆର୍ଥିକ ସମସ୍ୟାରୁ ସୁରକ୍ଷା ପ୍ରଦାନ କରାଯାଇପାରିବ।

ସର୍ବନିମ୍ନ ୪୮୭ ଟଙ୍କା ପ୍ରିମିୟମ ମୂଲ୍ୟ ପ୍ରଦାନ କରି, ଏହି କରୋନାଭାଇରସ୍ ଇନ୍‌ସ୍ୟୁରାନ୍‌ସ ପଲିସି ମାଧ୍ୟମରେ ୨୪-ଘଂଟା ଆଇସିୟୁ ବା ଏଚଡିୟୁ ଭର୍ତ୍ତି ପରେ ୧ ଲକ୍ଷ ଟଙ୍କାର ଲାଭ ସୁବିଧା ମିଳିପାରିବ। ସାରା ଭାରତରେ ପେପଏଣ୍ଟ ଷ୍ଟୋରରେ ଏହା ଉପଲବ୍ଧ ରହିଛି। ଏହି ମାଷ୍ଟର ପଲିସିରେ ୧ ଲକ୍ଷ ବା ୨ ଲକ୍ଷ ଟଙ୍କାର ବୀମା ସୁବିଧା ୬୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ଉପଲବ୍ଧ ରହିଛି।

ଏହି ଇନ୍‌ସ୍ୟୁରାନ୍‌ସ କଭରରେ ପ୍ରି-ହସ୍‌ପିଟାଲାଇଜେସନ ଖର୍ଚ୍ଚ ୩୦ ଦିନ ପର୍ଯ୍ୟନ୍ତ ଉପଲବ୍ଧ ରହିଛି, ଏହା ସହିତ ହସ୍‌ପିଟାଲରେ ଭର୍ତିଜନିତ ଖର୍ଚ୍ଚ ୬୦ ଦିନ ପର୍ଯ୍ୟନ୍ତ, ରୋଡ୍ ଆମ୍ବୁଲାନ୍‌ସ ଚାର୍ଜ (ବଛା ଯାଇଥିବା ବୀମାର ୧ ପ୍ରତିଶତ – ଟ.୫,୦୦୦ ପର୍ଯ୍ୟନ୍ତ) ରହିଛି । କେବଳ ଏତିକି ନୁହେଁ, ଏହି କଭରର ପ୍ରିମିୟମ ପ୍ରଦାନ କରିବା ଦିନଠାରୁ ମାତ୍ର ୧୫ ଦିନର ଅପେକ୍ଷା ଅବଧି ରହିଛି । ଏଥିରେ ଅନ୍ୟ ମେଡିକାଲ୍ ପଲିସି ପରି ରୁମ ଭଡ଼ା ବା ଆଇସିୟୁ ଚାର୍ଜରେ କୌଣସି ସୀମା ନାହିଁ। ଜଣେ ପଲିସିଧାରୀ ତାଙ୍କର ଇ-ହେଲ୍‌ଥ କାର୍ଡ଼କୁ ନେଟୱର୍କ ହସ୍‌ପିଟାଲରେ ଦେଖାଇ କ୍ୟାସଲେସ୍ ଦାବୀ ଉପଲବ୍ଧ କରିପାରିବେ । ଏହି ପଲିସି ଅନ୍ତର୍ଗତ ଗ୍ରାହକ ସେମାନଙ୍କୁ ତଥା ସେମାନଙ୍କର ଜୀବନସାଥୀ ଓ ସନ୍ତାନଙ୍କୁ ଏକ ବର୍ଷ ପାଇଁ କଭର କରିପାରିବେ ଓ ସମଗ୍ର ପରିବାର ପାଇଁ ଏକ ଆର୍ଥିକ ସୁରକ୍ଷା କବଚର ସୁନିଶ୍ଚିତ କରିପାରିବେ।

Leave a Reply

Your email address will not be published. Required fields are marked *

Back to top button