ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରତିବାଦ : ୧୧ରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦି ସରକାର ଲଗାତାର ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିଚାଲିଛନ୍ତି। ଦେଶର କେତେକ ଅଂଚଳରେ ପେଟ୍ରୋଲ ଦର ଲିଟର ୧୦୦ ଟଙ୍କା ପାର କରିଥିବାରୁ ଜନସାଧାରଣଙ୍କୁ ଏହା ଅତ୍ୟନ୍ତ ପୀଡ଼ାଦାୟକ ହୋଇଛି। ସେହିପରି ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟର ଦର ଆକାଶଛୁଆଁ ହୋଇଛି। ଏହାର ପ୍ରତିବାଦରେ କଂଗ୍ରେସ ଆସନ୍ତା ୧୧ ତାରିଖରେ ଧାରଣା ଦେବା ସହ ବିକ୍ଷୋଭ କରିବ।

କଂଗ୍ରେସ କହିଛି କେନ୍ଦ୍ର ସରକାର ଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ୨୫.୭୨ ଓ ଡିଜେଲ ୨୩.୯୩ ଟଙ୍କା ବଢ଼ାଇଥିଲା ବେଳେ ଗତ ୫ମାସ ମଧ୍ୟରେ ୪୩ ଥର ଦର ବୃଦ୍ଧି କରିଛନ୍ତି। ସରକାର ଟିକସ ବୃଦ୍ଧିର ବାହାନାରେ ଲୋକଙ୍କଠାରୁ ମହାମାରୀ ସମୟରେ ଲୁଟୁଛନ୍ତି। ତୁରନ୍ତ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ଦାବିରେ ଆସନ୍ତା ୧୧ ତାରିଖ ପ୍ରାତ ୭ରୁ ୧୧ଟା ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ସାଂକେତିକ ଧାରଣା ଓ ବିକ୍ଷୋଭ କରାଯିବ। ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button