ଲିଭ୍‌ଇନ୍‌ରେ ରହୁଥିବା ପ୍ରେମିକାଙ୍କୁ ହତ୍ୟାକଲା ପ୍ରେମିକ

ଭୋପାଳ: ନିଜର ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ଲିଭ୍‌ଇନ୍‌ରେ ରହୁଥିଲେ । ପ୍ରଥମେ ପ୍ରଥମେ ସବୁକିଛି ଠିକ୍‌ଠାକ୍ ଚାଲିଥିଲା । କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ଛୋଟଛୋଟ କଥାକୁ ନେଇ ଝଗଡ଼ା ଆରମ୍ଭ ହେଲା । ପରେ ପ୍ରେମିକାର ଚରିତ୍ର ଉପରେ ପ୍ରେମିକର ସନ୍ଦେହ ହେଲା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହେବା ପରେ ପ୍ରେମିକ ନିଜର ପ୍ରେମିକାଙ୍କୁ ହତ୍ୟାକରିଥିଲା । ପରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରି ସମସ୍ତ କଥା ସ୍ୱୀକାର କରିଥିଲେ ।
ମଧ୍ୟପ୍ରଦେଶର ଅନୁପୁର ଜିଲ୍ଲାରେ ରବିବାର ଏପିର ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପୋଲିସ ସୂଚନା ଅନୁସାରେ ଅନୁପୁର ଜିଲ୍ଲା ହସ୍ପିଟାଲରେ ପଦସ୍ଥ ଏଏନ୍‌ଏମ୍ ରଜନୀ ଠାକୁର ନିଜର ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ମନୋଜ କାହାର ନାମକ ଯୁବକଙ୍କ ସହ ଲିଭ୍‌ଇନ୍‌ରେ ରହିବାକୁ ଲାଗିଥିଲେ । ପ୍ରଥମେ ସବୁ ଠିକ୍ ଥିବାବେଳେ କିଛି ସମୟ ପରେ ରଜନୀଙ୍କର ଅନ୍ୟ କାହା ସହ ଖରାପ ସମ୍ପର୍କ ଥିବା ମନୋଜ ସନ୍ଦେହ କରିଥିଲେ । ରବିବାର ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ମନୋଜ ତାଙ୍କୁ ହତ୍ୟା କରିଥିଲେ । ପୋଲିସ୍ ତାଙ୍କୁ ଗିରିଫ କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ମତାମତ ଦିଅନ୍ତୁ ।