ପେଟ ସମସ୍ୟାର ଅବ୍ୟର୍ଥ ଔଷଧ ଜୁଆଣି

ଘରର ବିଭିନ୍ନ କାର୍ଯ୍ୟରେ ଜୁଆଣିର ବ୍ୟବହାର କରାଯାଇଥାଏ। ମଣ୍ଡାପିଠା ପୂର ଓ ପ‌ୋଡ଼ପିଠା ପରି ଅନେକ ଖାଦ୍ୟରେ ହୋଇଥାଏ ଜୁଆଣିର ମିଶ୍ରଣ। କେବଳ ସେତିକି ନୁହେଁ ପେଟ ସମସ୍ୟାର ଏହା ହେଉଛି ଅବ୍ୟର୍ଥ ଔଷଧ। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ଯାହାକୁ ଖାଇଲେ ଶରୀରର ବହୁ ରୋଗ ଦୂର ହୁଏ।

୧- ଜୁଆଣିରେ ରହିଛି ପ୍ରଚୁର ପରିମାଣର ନ୍ୟୁଟ୍ରିୟସ୍‌। ଏଥିରେ ଫାଇବର୍‌, ଆଣ୍ଟିଅକ୍ସିଡାଣ୍ଟ୍‌ ସହିତ ବିଭିନ୍ନ ପ୍ରକାରର ଭିଟାମିନ୍‌ ଓ ମିନେରାଲ୍‌ ଭରପୁର। ଜୁଆଣିରେ ଔଷଧୀୟ ଗୁଣ ଥିବାରୁ ଏହାକୁ ଭାରତୀୟ ଔଷଧରେ ବ୍ୟବହାର କରାଯାଏ।

୨- ଜୁଆଣି ଖ‌ାଇଲେ ବ୍ୟାକ୍ଟେରିଆ ନାଶ ହୁଏ। ଅନେକ ପ୍ରକାରର ପେଟ ରୋଗ ଭଲ ହୋଇଥାଏ। ବିଶେଷ କରି ଗ୍ୟାସ୍‌ କିମ୍ବା ମାସିକଧର୍ମ ସମୟରେ ହେଉଥିବା ପେଟ କାଟିବାକୁ ଜୁଆଣି ଉପଶମ ଦେଇଥାଏ। 

୩- ଜୁଆଣି ଶରୀରରୁ କୋଲେଷ୍ଟ୍ରଲ୍‌ ସ୍ତରକୁ କମ୍‌ କରିଥାଏ। କୋଲେଷ୍ଟ୍ରଲ୍‌ ଅଧିକ ରହିଲେ ହୃଦ୍‌ଘାତ ହେବାର ସମ୍ଭାବନା ଥିବାରୁ ଜୁଆଣି ଖାଇବା ଦ୍ଵାରା ସେ ଭୟ କମ୍‌ ହୋଇଥାଏ। 

୪- ଜୁଆଣି ରକ୍ତଚାପ କମ୍‌ କରିଥାଏ। ଉଚ୍ଚ ରକ୍ତଚାପ ଥିବା ରୋଗୀମାନେ ପ୍ରତିଦିନ ଜୁଆଣି ଖାଇବା ଉଚିତ।

୫- ଯଦି ଆପଣଙ୍କର କଫ ସମସ୍ୟା ଅଛି ତେବେ ଜୁଆଣି ଖାଆନ୍ତୁ। କଫ ସମସ୍ୟାକୁ ଦୂରେଇ ଦେଇ ହେବ। 

ମତାମତ ଦିଅନ୍ତୁ ।