Breaking Newsବାଣିଜ୍ୟ

ପେଟିଏମ୍‍ ଏସ୍‌ବିଆଇ କାର୍ଡ ପ୍ରଚଳନ ପାଇଁ ପେଟିଏମ୍‍ ସହିତ ଏସ୍‌ବିଆଇ କାର୍ଡର ସହଭାଗିତା

ନୂଆଦିଲ୍ଲୀ : ଭାରତର ସର୍ବବୃହତ କ୍ରେଡିଟ କାର୍ଡ ଯୋଗାଣକାରୀ ଏସ୍‍ବିଆଇ କାର୍ଡ ଓ ଭାରତର ଅଗ୍ରଣୀ ଡିଜିଟାଲ ଆର୍ଥିକ ସେବା ପ୍ଲାଟଫର୍ମ ପେଟିଏମ୍‍ ଭାରତର ପରବର୍ତ୍ତୀ ପିଢିର କ୍ରେଡିଟ କାର୍ଡ ପ୍ରଚଳନ ପାଇଁ ହାତ ମିଳାଇଛନ୍ତି। ପେଟିଏମ୍‍ ଏସ୍‌ବିଆଇ କାର୍ଡ ଓ ପେଟିଏମ୍‍ ଏସ୍‌ବିଆଇ କାର୍ଡ ସିଲେକ୍ଟ ଆଦି ଦୁଇ ପ୍ରକାରରେ ଉପଲବ୍ଧ ହେଉଥିବା ଏହି ଉତ୍ପାଦ ଭିସା ପ୍ଲାଟଫର୍ମରେ ପ୍ରଚଳନ କରାଯାଇଛି। ପେଟିଏମ୍‍ ଏସ୍‌ବିଆଇ କାର୍ଡଗୁଡିକ ସ୍ମାର୍ଟ ଆପ୍‍ ବୈଶିଷ୍ଟ୍ୟକୁ କାର୍ଯ୍ୟକ୍ଷମ କରି ଏହାର ବ୍ୟବହାରକାରୀଙ୍କୁ ଉନ୍ନତତର ପୁରସ୍କାର ତଥା ଫାଇଦା ପ୍ରଦାନକରି କ୍ରେଡିଟ କାର୍ଡ ଅନୁଭୂତିରେ ସମ୍ପୂର୍ଣ୍ଣ ନୂଆ ରୂପରେଖ ପ୍ରଦାନ କରୁଛି। ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଉତ୍ପାଦ ଯୋଗାଇଦେବାକୁ ଏସ୍‌ବିଆଇ କାର୍ଡର ପ୍ରୟାସ ଭାବରେ ଏହି କାର୍ଡ ପ୍ରଚଳନ କରାଯାଇଛି। ଯାହା ଏକ ନିରାପଦ ଓ ବର୍ଦ୍ଧିତ ଗ୍ରାହକ ଅନୁଭୂତି ପାଇଁ ଡିଜିଟାଲ ପେମେଣ୍ଟସ୍‍ ଢାଞ୍ଚାକୁ ଉତ୍ସାହିତ କରିବା ସହ ଗ୍ରାହକମାନଙ୍କର ଖର୍ଚ୍ଚ କରିବାର ଆବଶ୍ୟକତା ଅନୁରୂପ ସର୍ବାଧିକ ମୂଲ୍ୟ ପ୍ରଦାନ କରୁଛି।

ପେଟିଏମ୍‍ ଏସ୍‌ବିଆଇ କାର୍ଡଧାରୀ ଉଭୟ ଏସ୍‌ବିଆଇ କାର୍ଡ ମୋବାଇଲ୍ ଆପ୍‍ ଓ ସେମାନଙ୍କର ପେଟିଏମ୍‍ ଆପ୍‍ରେ ଉପଲବ୍ଧ ସ୍ମାର୍ଟ ୱାନ୍ ଟାପ୍‍ ବୈଶିଷ୍ଟ୍ୟ ବଳରେ ସେମାନଙ୍କ କାର୍ଡକୁ ନିୟନ୍ତ୍ରଣ କରିବାର କ୍ଷମତା ପାଇବେ। ପେଟିଏମ୍‍ ଏସ୍‌ବିଆଇ କାର୍ଡଗୁଡିକ ଅନ୍‍ଲାଇନ କାରବାର ପାଇଁ ବ୍ଲକିଂ/ ଅନ୍‍ବ୍ଲକିଂ, କାର୍ଡ ହଜିଯିବା କ୍ଷେତ୍ରରେ ତାହା ବ୍ଲକ କରିବା, ଏକ ଡୁପ୍ଲିକେଟ କାର୍ଡ ଜାରି କରିବା ଓ ବକେୟା ଥିବା କ୍ରେଡିଟ ସୀମା ଦେଖିବା ପାଇଁ ତତ୍‍କ୍ଷଣାତ ୱାନ୍‍ ଟଚ୍‍ ସେବା ସହିତ ଆସୁଛି। ଏଥିସହିତ ବ୍ୟବହାରକାରୀଙ୍କୁ ଜାଲିଆତିରୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ କାର୍ଡଗୁଡିକୁ ଆବଶ୍ୟକତା ନଥିବା ସମୟରେ ସଂସର୍ଗ ବିହୀନ ପେମେଣ୍ଟ୍‍ସ ଅଥବା ଆନ୍ତର୍ଜାତିକ ଦେଣନେଣ ନିମନ୍ତେ ସ୍ୱିଚ ଅଫ୍‍ କରିବା ଭଳି ବିକଳ୍ପ ସୁବିଧା ଯୋଗାଇ ଦେଉଛି। ଏହି ସେବା ବ୍ୟକ୍ତିଗତ ବ୍ୟବହାର ନିମନ୍ତେ ପ୍ରସ୍ତୁତ ଏକ ଖର୍ଚ୍ଚ ବିଶ୍ଳେଷଣକାରୀ ସୁବିଧା ସହିତ ଆସୁଛି ଯାହା ଖର୍ଚ୍ଚର ଆକଳନ କରିବା ଏବଂ ଭବିଷ୍ୟତ ଖର୍ଚ୍ଚ ସମ୍ପର୍କରେ ସଠିକ୍‍ ଯୋଜନା କରିବାରେ ସହାୟତା କରୁଛି। ପେଟିଏମ୍‍ ବ୍ୟବହାରକାରୀମାନେ ୧ମିନିଟ୍‍ରୁ କମ ସମୟ ମଧ୍ୟରେ ଆପ୍‍ରୁ ଏହି କାର୍ଡ ପାଇଁ ସେମାନଙ୍କ ଆଗ୍ରହ ପଞ୍ଜିକରଣ କରିପାରିବେ।

ନୂଆ ଯୁଗର ଡିଜିଟାଲ କାରବାରକୁ ପ୍ରାଧ୍ୟାନ୍ୟ ଦେଉଥିବା ଗ୍ରାହକମାନଙ୍କ ପାଇଁ ଡିଜାଇନ କରାଯାଇଥିବା ପେଟିଏମ୍‍ ଏସ୍‌ବିଆଇ କାର୍ଡ ଏବଂ ପେଟିଏମ୍‍ ଏସ୍‌ବିଆଇ କାର୍ଡ ସିଲେକ୍ଟ, ଗ୍ରାହକମାନଙ୍କୁ ପେଟିଏମ୍‍ ଆପ୍‍ ତଥା ନିୟୁତ ସଂଖ୍ୟକ ଅନ୍‍ଲାଇନ ଓ ଅଫ୍‍ଲାଇନ ଷ୍ଟୋରରେ କାର୍ଡର ବ୍ୟବହାରରେ ପୁରସ୍କାର ଓ ସଞ୍ଚୟ ଆଣିଦେବ । କାର୍ଡଧାରୀମାନେ ପେଟିଏମ୍‍ ଆପ୍‍ରେ ମୁଭି ଟିକେଟ ଏବଂ ଭ୍ରମଣ କରିବା ଟିକେଟ ବୁକିଂ କଲେ ଏବଂ ପେଟିଏମ୍‍ ମଲ୍‍ରୁ ସାମଗ୍ରୀ କ୍ରୟକଲେ ପେଟିଏମ୍‍ ଏସ୍‌ବିଆଇ କାର୍ଡ ସିଲେକ୍ଟ ଏବଂ ପେଟିଏମ୍‍ ଏସ୍‌ବିଆଇ କାର୍ଡ କ୍ଷେତ୍ରରେ ଯଥାକ୍ରମେ ୫% ଓ ୩% ଅର୍ଥ ଫେରସ୍ତ ମିଳିବ । ପେଟିଏମ୍‍ ଆପ୍‍ରେ ପେଟିଏମ୍‍ ଏସ୍‌ବିଆଇ କାର୍ଡ ବ୍ୟବହାର କରି ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ କାର୍ଡଧାରୀମାନେ ୨% ଅର୍ଥ ଫେରସ୍ତ ପାଇବାବେଳେ ଅନ୍ୟ ଯେକୌଣସି ସ୍ଥାନରେ ଖର୍ଚ୍ଚ ପାଇଁ ୧% ଅର୍ଥ ଫେରସ୍ତ ସୁବିଧା ପ୍ରଦାନ କରାଯାଉଛି । ପେଟିଏମ୍‍ ପରିମଣ୍ଡଳ ବହୁବିଧ କ୍ରୟ ବର୍ଗ ସୁଯୋଗ ଯୋଗାଇ ଦେଉଛି ଏବଂ ପେଟିଏମ୍‍ ଏସ୍‌ବିଆଇ କାର୍ଡ ନିୟମିତ ପେଟିଏମ୍‍ ବ୍ୟବହାରକାରୀଙ୍କ ପାଇଁ ସେମାନଙ୍କର ଅଧିକାଂଶ ଯୁକ୍ତିସଂଗତ ଖର୍ଚ୍ଚ ବର୍ଗରେ ବହୁବିଧ ଅର୍ଥ ଫେରସ୍ତ ସୁଯୋଗ ପ୍ରଦାନ କରୁଛି । ପେଟିଏମ୍‍ ଆପ୍‍ରେ ନଭେମ୍ବର ୧ତାରିଖରୁ ପ୍ରଦର୍ଶିତ ହେଉଥିବା ପ୍ରତୀକ୍ଷା ତାଲିକାରେ ଯୋଗଦେଇ ଗ୍ରାହକମାନେ କାର୍ଡକୁ ଶୀଘ୍ର ପାଇବାର ସୁଯୋଗ ରହିଛି ।

ଏସ୍‌ବିଆଇ କାର୍ଡର ଏମ୍‍ଡି ଏବଂ ସିଇଓ ଅଶ୍ୱିନୀ କୁମାର ତିୱାରୀ କହିଛନ୍ତି “ଭାରତରେ କ୍ରେଡିଟ କାର୍ଡ ଶିଳ୍ପ ବିଶେଷ ଭାବରେ ପରିବ୍ୟାପ୍ତ ହୋଇନାହିଁ। ଏଥିସହ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତା ଜୀବନର ଏକ ଅଙ୍ଗ ପାଲଟିଥିବା ଏବଂ ନଗଦ ଅର୍ଥ ବିହୀନ ପୈଠ ଏକ ନିରାପଦ ବିକଳ୍ପ ହୋଇଥିବାବେଳେ ସବୁଆଡୁ ଡିଜିଟାଲ ପେମେଣ୍ଟ୍‍ସ ପ୍ରତି ଅଧିକରୁ ଅଧିକ ସମର୍ଥନ ମିଳୁଛି। ପେଟିଏମ୍‍ ସହିତ ଆମର କୌଶଳାତ୍ମକ ସହଭାଗିତା କ୍ରେଡିଟ କାର୍ଡକୁ ସମସ୍ତଙ୍କ ପାଇଁ ସୁଲଭ୍ୟ କରିବା ନିମନ୍ତେ ଉଦ୍ଦିଷ୍ଟ।

ପେଟିଏମ୍‍ ଲେଣ୍ଡିଂର ସିଇଓ ଭବେଶ ଗୁପ୍ତା କହିଛନ୍ତି ସୁଚିନ୍ତିତ ବୈଶିଷ୍ଟ୍ୟାବଳୀ ଓ ଅବଧି ଶେଷ ହେଉନଥିବା ବିଶାଳ ପୁରସ୍କାର ପ୍ରଦାନ କରୁଥିବା ଭାରତର ସବୁଠାରୁ ଭରସାଯୋଗ୍ୟ କ୍ରେଡିଟ କାର୍ଡ ପ୍ରଚଳନ ପାଇଁ ଏସ୍‌ବିଆଇ ଆମର ସହଭାଗି ଭାବରେ ଆମେ ଗର୍ବର ସହିତ ସ୍ୱାଗତ କରୁଛୁ। ଆମର କାର୍ଡଗୁଡିକ ଭାରତର ଆକାଂକ୍ଷିତ ଯୁବବର୍ଗ ଓ ଉତ୍ସାହୀ ବୃତ୍ତିଧାରୀଙ୍କୁ ଫାଇଦା ଦେବା ସକାଶେ ବାସ୍ତବରେ ଡିଜାଇନ କରାଯାଇଛି। ଟି ଆର ରାମଚନ୍ଦ୍ରନ୍‍, ଗ୍ରୁପ୍‍ କଣ୍ଟ୍ରି ମ୍ୟାନେଜର, ଭାରତ ଓ ଦକ୍ଷିଣ ଏସିଆ, ଭିସା କହିଛନ୍ତି ବଜାରକୁ ଏହି ଅନନ୍ୟ ଉତ୍ପାଦ ଆଣିବା କ୍ଷେତ୍ରରେ ଏସ୍‌ବିଆଇ କାର୍ଡ ଓ ପେଟିଏମ୍‍ ଭଳି ଭାରତରେ ଆମର ଦୁଇ ବହୁମୂଲ୍ୟ ସହଭାଗିଙ୍କ ସହିତ ହାତ ମିଳାଇ ଆମେ ଆନନ୍ଦିତ ଅନୁଭବ କରୁଛୁ।

ଏହି କାର୍ଡ ନାମାଙ୍କନ ସ୍ଥଳରୁ ହିଁ ମୂଲ୍ୟ ପ୍ରଦାନ ଆରମ୍ଭ କରୁଛି, ଯେଉଁଠି ୭୫୦ଟଙ୍କା ମୂଲ୍ୟର ମାଗଣା ପେଟିଏମ୍‍ ପ୍ରଥମ ସଦସ୍ୟତା ଭଳି ସ୍ୱାଗତକାଳୀନ ଫାଇଦା ଦେଉଛି । ତତ୍‍ସହିତ ପେଟିଏମ୍‍ ଏସବିଆଇ କାର୍ଡ ସିଲେକ୍ଟ ମଧ୍ୟ କାର୍ଡଧାରୀଙ୍କୁ ପ୍ରଥମ ବ୍ୟବହାରରେ ୭୫୦ ଟଙ୍କାର କ୍ୟାସ୍‌ବ୍ୟାକ ଫାଇଦା ଦେଉଛି ।
ପେଟିଏମ୍‍ ଏସବିଆଇ କାର୍ଡ ସିଲେକ୍ଟ

  • ସ୍ୱାଗତକାଳୀନ ଫାଇଦା- ମାଗଣା ପେଟିଏମ୍‍ ପ୍ରଥମ ସଦସ୍ୟତା ଓ ୭୫୦ ଟଙ୍କା କ୍ୟାସ୍‌ବ୍ୟାକ।
  • ପେଟିଏମ୍‍ ଆପ୍‍ରେ ଖର୍ଚ୍ଚ କ୍ଷେତ୍ରରେ ୫% ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ ଓ ଅନ୍ୟ ଯେକୌଣସି ସ୍ଥାନରେ ଖର୍ଚ୍ଚ କ୍ଷେତ୍ରରେ ୧% ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ।
  • ଧାର୍ଯ୍ୟ ଖର୍ଚ୍ଚ ଲକ୍ଷ୍ୟ ହାସଲ କଲେ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଗିଫ୍‍ଟ ଭାଉଚର।
  • ମାଗଣା ପ୍ରାୟରିଟି ପାସ୍‍ ସଦସ୍ୟତା ଓ ଘରୋଇ ବିମାନ ବନ୍ଦର ଲାଉଞ୍ଜ ପ୍ରବେଶ ସୁଯୋଗ।
  • ୨,୦୦,୦୦୦ ଟଙ୍କାର ସାଇବର ଜାଲିଆତି ବୀମା ସୁବିଧା।
  • ଇନ୍ଧନ ସରଚାର୍ଜ ଉପରେ ୧% ଛାଡ।
    ପେଟିଏମ୍‍ ଏସବିଆଇ କାର୍ଡ
  • ସ୍ୱାଗତକାଳୀନ ଫାଇଦା : ମାଗଣା ପେଟିଏମ୍‍ ପ୍ରଥମ ସଦସ୍ୟତା।
  • ପେଟିଏମ୍‍ ଆପ୍‍ରେ ଖର୍ଚ୍ଚ କ୍ଷେତ୍ରରେ ୩% ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ ଏବଂ ଅନ୍ୟତ୍ର ଖର୍ଚ୍ଚ କ୍ଷେତ୍ରରେ ୧% କ୍ୟାସ୍‌ବ୍ୟାକ
  • କାର୍ଡ ନବୀକରଣ କ୍ଷେତ୍ରରେ ମାଗଣା ପେଟିଏମ୍‍ ପ୍ରଥମ ସଦସ୍ୟତା।
  • ଇନ୍ଧନ ସରଚାର୍ଜ ଉପରୁ ୧% ଛାଡ।
  • ୧,୦୦,୦୦୦ ଟଙ୍କାର ସାଇବର ଜାଲିଆତି ବୀମା ସୁବିଧା।

ଗ୍ରାହକମାନେ ପେଟିଏମ୍‍ ଆପ୍‍ ଜରିଅରେ ପେଟିଏମ୍‍ ଏସ୍‌ବିଆଇ କାର୍ଡ ଏବଂ ପେଟିଏମ୍‍ ଏସ୍‌ବିଆଇ କାର୍ଡ ସିଲେକ୍ଟ ପାଇଁ ଆବେଦନ କରିପାରିବେ। ଉଭୟ କାର୍ଡ ବାର୍ଷିକ ଦେୟ ଯଥାକ୍ରମେ ୪୯୯ ଟଙ୍କା ଓ ୧୪୯୯ ଟଙ୍କାରେ ହାସଲ କରାଯାଇପାରିବ। ଗ୍ରାହକମାନେ ପେଟିଏମ୍‍ ଆପ୍‍ରେ ଦୁଇଟି ରଙ୍ଗ ମଧ୍ୟରୁ ସେମାନଙ୍କ ପସନ୍ଦର ରଙ୍ଗ ବାଛିବାର ସୁଯୋଗ ପାଇବେ।

ମତାମତ ଦିଅନ୍ତୁ ।

Back to top button