ଶୁକ୍ରବାର ମଧ୍ୟରାତ୍ରିରୁ ୫ଟଙ୍କା କମିବ ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ ସରକାର ଶୁକ୍ରବାର ମଧ୍ୟରାତ୍ରିରୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୫ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଦେଶର ସବୁଠାରୁ କମ୍ ଦର ହେବ।
ଏ ନେଇ ଆସାମର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି କି ‘କରୋନା ମହାମାରୀ ସମୟରେ ଆମେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ କର ବୃଦ୍ଧି କରିଥିଲୁ। କୋଭିଡ୍-୧୯ ପରିସ୍ଥିତି ସୁଧୁରିବା ସହ ଯେଉଁ ବିଶାଳ ସ୍ବାସ୍ଥ୍ୟଗତ ସମସ୍ୟା ଆମ ସାମ୍ନାରେ ଛିଡ଼ା ହୋଇଥିଲା ତାହା ହ୍ରାସ ଘଟିବାରୁ ଇନ୍ଧନ ଉପରେ ଲାଗିଥିବା ଅତିରିକ୍ତ କରକୁ ପ୍ରତ୍ୟାହାର କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି।’