ପେଟ୍ରୋଲ-ଡିଜେଲ ଦାମ ପୁଣି ବଢିଲା

ଭୁବନେଶ୍ଵର : ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ମୂଲ୍ୟ ୨୭ ପଇସା ଓ ଡିଜେଲ ୨୮ ପଇସା ବୃଦ୍ଧି ହୋଇଛି। ଗତ ମେ’ ୪ ତାରିଖରୁ ଜୁନ ୪ ତାରିଖ ମଧ୍ୟରେ ପଟ୍ରୋଲ ୪.୩୬ ଟଙ୍କା ଓ ଡିଜେଲ ୪.୯୩ ଟଙ୍କା ବୃଦ୍ଧି ପାଇଛି।

ସେହିପରି ରାଜଧାନୀ ଭୁବନେଶ୍ଵରରେ ଶୁକ୍ରବାର ପେଟ୍ରାଲ ଲିଟର ମୂଲ୍ୟ ୨୭ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ ୩୧ ପଇସା ବୃଦ୍ଧି ପାଇଛି । ଏହି କ୍ରମରେ ଭୁବେନଶ୍ଵରରେ ପେଟ୍ରୋଲ ଲିଟର ଦାମ ୯୫.୫୫ ଟଙ୍କା ଓ ଡିଜେଲ ୯୩.୪୦ ଟଙ୍କା ରହିଛି।

ଚଳିତ ମାସରେ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ମହାରାଷ୍ଟ୍ର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ଅନେକ ସହରରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ଲିଟର ୯୪.୭୬ ଟଙ୍କା ଓ ଡିଜେଲ ୮୫.୬୬ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ୧୦୦.୦୮ ଟଙ୍କା ଓ ଡିଜେଲ ଲିଟର ମୂଲ୍ୟ ୯୨.୯୯ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *

Back to top button