ପେଟ୍ରୋଲ-ଡିଜେଲ ଦର ପୁଣି ବଢିଲା

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ଆଜି ପୁଣି ବଢିଛି। ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ୨୫ ପଇସା ମହଙ୍ଗା ହୋଇଛି। ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୮୪.୭୦ ଟଙ୍କା ଓ ଡିଜେଲ ଲିଟର ପିଛା ୭୪.୮୮ ଟଙ୍କାରେ ବିକ୍ରି ହେଉଛି। ଗତକାଲି ଏହି ଦାମ ଥିଲା ୮୪.୪୫ ଓ ୭୪.୬୩ ଟଙ୍କା।

ସେହିପରି ମୁମ୍ବାଇରେ ଗୁରୁବାର ସକାଳୁ ପେଟ୍ରୋଲ ଲିଟର ପିଛା ୯୧.୩୨ ଟଙ୍କା ଓ ଡିଜେଲ ଦାମ ୮୧.୬୦ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲ ୮୭.୪୦ ଟଙ୍କା ଓ ଡିଜେଲ ଲିଟର ୮୦.୧୯ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲ ୮୬.୧୫ ଟଙ୍କା ଓ ଡିଜେଲର ଲିଟର ଦାମ ୭୮.୪୭ ଟଙ୍କା ରହିଛି।

ମତାମତ ଦିଅନ୍ତୁ ।