Breaking Newsବାଣିଜ୍ୟ

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିଲା

ନୂଆଦିଲ୍ଲୀ : ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ। ଆଜି ପେଟ୍ରୋଲର ଲିଟର ପିଛା ଦର ୨୫ ପଇସା ଓ ଡିଜେଲର ୨୭ ପଇସା ବୃଦ୍ଧି ହୋଇଛି।

ବୁଧବାର ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲର ଲିଟର ୯୧ ଟଙ୍କା ପାର୍‌ କରିଛି। ଓଡିଶାରେ ମୂଲ୍ୟ ୮୫. ୦୯ ଟଙ୍କାରେ ପହଞ୍ଚିଛି। ଡିଜେଲ ହୋଇଛି ୮୧ ଟଙ୍କା ୨୯ ପଇସା। ଆଇଓସିର ସୂଚନା ଅନୁଯାୟୀ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୯୧.୦୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲର ଲିଟର ୮୧.୩୪ ଟଙ୍କା ରହିଛି। ଦିଲ୍ଲୀରେ ପେଟ୍ରୋଲ ୮୪.୪୫ ଓ ଡିଜେଲ ୭୪.୬୩ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ୮୫.୯୨ ଟଙ୍କା ଓ ଡିଜେଲର ଦାମ ୭୮.୨୨ ଟଙ୍କା ରହିଛି।

ମତାମତ ଦିଅନ୍ତୁ ।

Back to top button