ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିଲା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ହୋଇଛି। ପେଟ୍ରୋଲ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଁ ୮୧.୨୩ ଟଙ୍କାରେ ପହଞ୍ଚିଥିବା ବେଳ ଡିଜେଲ ୨୨ ପଇସା ବଢି ୭୦.୬୮ ଟଙ୍କା ହୋଇଛି।

ଶୁକ୍ରବାର ଓଡିଶାରେ ପେଟ୍ରୋଲ ଦର ଲିଟର ପିଛା ୭୮.୧୬ ଟଙ୍କା ଓ ଡିଜେଲ ୭୭.୮୩ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ୧୮ ପଇସା ବଢି ଲିଟର ୮୭.୯୨ ଟଙ୍କା ହୋଇଥିବା ବେଳେ ଡିଜେଲ ୨୫ ପଇସା ବୃଦ୍ଧି ପାଇ ୭୭.୧୧ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ପେଟ୍ରୋଲ ୮୪.୩୧ ଓ ଡିଜେଲ ୭୬.୧୭ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ପେଟ୍ରୋଲ ୮୨.୭୯ ଓ ଡିଜେଲର ମୂଲ୍ୟ ୭୪.୨୪ ଟଙ୍କା ରହିଛି।

ମତାମତ ଦିଅନ୍ତୁ ।