ପେଟ୍ରୋଲ ଓ ଟାୟାର୍ ଜାଳି ଅନ୍ତିମ ସଂସ୍କାର : ୫ ପୋଲିସ ନିଲମ୍ବିତ

ଲକ୍ଷ୍ନୌ : ଗଙ୍ଗା ଘାଟରେ ମୃତଦେହକୁ କାଠ ବଦଳରେ ଟାୟାର୍ ପକାଇ ଅନ୍ତିମ ସଂସ୍କାର କରାଯାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଉପସ୍ଥିତ ଥିଲେ ପୋଲିସ କର୍ମଚାରୀ। ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରେ ଏହି ଘଟଣା ଘଟିଥିବାରୁ ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ଖବର ଅନୁଯାୟୀ ଭାଇରାଲ୍ ଭିଡିଓରେ ଅଜଣା ଶବଗୁଡ଼ିକୁ ପୋଲିସ କର୍ମୀ ସତ୍କାର କରୁଛନ୍ତି। କିନ୍ତୁ ଶବର ଅନ୍ତ୍ୟେଷ୍ଟି କ୍ରିୟାରେ ସେମାନେ କାଠ ପରିବର୍ତ୍ତେ ଟାୟାରର ସହାୟତା ନେଇଛନ୍ତି। ବାଲିଆର ପୋଲିସ ଅଧୀକ୍ଷକ ବିପିନ ତାଡା ଏହି ଘଟଣାରେ ୫ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ମାମଲାର ତଦନ୍ତ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ ଶବଗୁଡ଼ିକୁ ସମ୍ମାନର ସହ ଅନ୍ତିମ ସଂସ୍କାର କରାଯିବା ପାଇଁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଯେଉଁ ଶବଗୁଡ଼ିକୁ ପେଟ୍ରୋଲ ଓ ଟାୟାର ସହାୟତାରେ ଜଳାଯାଇଛି ତାହା ପଚି ଯାଇ ଦୁର୍ଗନ୍ଧ କରୁଥିଲା। ଶବଗୁଡ଼ିକୁ ଜଳାଇବା ପାଇଁ ପାଖରେ କାଠ ନଥିବା କାରଣରୁ ପୋଲିସକର୍ମୀଙ୍କୁ ଏଭଳି ଉପାୟ ଆପଣାଇଥିବା କୁହାଯାଉଛି। ମିଡିଆ ରିପୋର୍ଟ ମୁତାବକ, ପଶ୍ଚିମରୁ ନେଇ ପୂର୍ବ ଓ ମଧ୍ୟ ୟୁପି ପର୍ଯ୍ୟନ୍ତ, ସବୁ ସ୍ଥାନରେ ପରିସ୍ଥିତି ଭୟାବହ ରହିଛି। ଗଙ୍ଗାର ଗୋଟିଏ ଗୋଟିଏ ଘାଟରେ ୪୦୦ରୁ ୫୦୦ ଶବ ପୋତା ଯାଉଥିବା ଖବର ମିଳିଛି।

Leave a Reply

Your email address will not be published. Required fields are marked *

Back to top button