ପେଟ୍ରୋଲ-ଡିଜେଲ ମହଙ୍ଗା ହେଲା

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ପୁଣି ମହଙ୍ଗା ହୋଇଛି। ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ୨୬ ପିଇସା ଓ ଡିଜେଲର ମୂଲ୍ୟ ୨୮ ପିଇସା ବଢିଛି। ଫଳରେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ୯୩.୯୪ ଟଙ୍କା ଓ ଡିଜେଲର ଦର ୮୪.୮୯ ଟଙ୍କା ହୋଇଛି।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ୨୬ ପଇସା ଓ ଡିଜେଲର ୩୦ ପଇସା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ପରେ ପେଟ୍ରୋଲର ଲିଟର ୯୪.୬୬ ଟଙ୍କା ଓ ଡିଜେଲର ମୂଲ୍ୟ ୯୨.୪୯ ଟଙ୍କାରେ ପହଞ୍ଚିଛି। ଏହାଛଡା ଶନିବାର ମୁମ୍ବାଇରେ ପେଟ୍ରୋଲର ଲିଟର ୧୦୦.୧୯ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୯୨.୧୭ ଟଙ୍କା ହୋଇଛି। ପୂର୍ବରୁ ମଧ୍ୟପ୍ରଦେଶ ଓ ରାଜସ୍ଥାନର ଏକାଧିକ ସହରରେ ପେଟ୍ରୋଲର ଲିଟର ଦାମ ୧୦୦ ଟଙ୍କା ପାର କରିଥିଲା। ଚେନ୍ନାଇରେ ପେଟ୍ରୋଲର ଲିଟର ୯୫.୫୧ ଟଙ୍କା ଓ କୋଲକାତାରେ ୯୩.୯୭ ଟଙ୍କା ରହିଛି। ଏହି ଦୁଇ ସହରରେ ଡିଜେଲର ଲିଟର ଦାମ ଯଥାକ୍ରମେ ୮୯.୬୫ ଟଙ୍କା ଓ ୮୭.୭୪ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *

Back to top button