ଫାଇଜର ଓ ମଡର୍ଣ୍ଣା ଟିକା ଗର୍ଭବତୀ ପାଇଁ ନିରାପଦ

ଲଣ୍ଡନ : କରୋନାର ଦ୍ଵିତୀୟ ଲହର ସାରା ବିଶ୍ଵକୁ କବଳିତ କରିଛି। ବୟସ୍କଙ୍କ ଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଗର୍ଭବତୀ ମହିଳାଙ୍କ ମହିଳାଙ୍କ ସୁରକ୍ଷା ପାଇଁ ‘ଫାଇଜର୍‌ କିମ୍ବା ମଡର୍ଣ୍ଣା ଟିକା ଦିଆଯାଉ। ଏହି ଟିକା ସେମାନଙ୍କ ପାଇଁ ନିରାପଦ ବୋଲି ବ୍ରିଟିଶ ପବ୍ଲିକ ବଡି କହିଛି।

ଜଏଣ୍ଟ୍‌ କମିଟି ଅନ୍‌ ଭ୍ୟାକ୍ସିନେସନ୍‌ ଆଣ୍ଡ୍‌ ଇମ୍ୟୁନାଇଜେସନ୍‌ (ଜେସିଭିଆଇ) କହିଛି ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୯୦,୦୦୦ ଗର୍ଭବତୀ ମହିଳାଙ୍କୁ ମୁଖ୍ୟତଃ ଏହି ଦୁଇଟି ଟିକା ଦିଆଯାଇଛି। ଏହି ଟିକା ନେବାପରେ କାହାରି ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ନାହିଁ। ଏହି ତଥ୍ୟାକୁ ଆଧାର କରି ଇଂଲଣ୍ଡରେ ଯେଉଁ ସବୁ ଅଞ୍ଚଳରେ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ କିମ୍ବା ‘ମଡର୍ଣ୍ଣା’ ଟିକା ମିଳୁଛି ସେଠାକାର ମହିଳାମାନଙ୍କୁ ଦିଆଯିବା ଉଚିତ ବୋଲି ଜେସିଭିଆଇ ପରାମର୍ଶ ଦେଇଛି। ଜେସିଭିଆଇ କହିଛି ଅନ୍ୟ ଟିକା ଗର୍ଭବତୀଙ୍କ ପାଇଁ ନିରାପଦ ନୁହେଁ ବୋଲି କୁହାଯାଇପାରିବନି କିନ୍ତୁ ସେ ସବୁ ଉପରେ ଅଧିକ ଗବେଷଣା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Back to top button