ଫଳାଫଳ ପ୍ରକାଶ ପୂର୍ବରୁ ବିଧାୟକ ପ୍ରାର୍ଥୀଙ୍କ ପରଲୋକ

0

କୋଲକାତା : ପଶ୍ଚିମବଙ୍ଗ ଏବେ କୋଭିଡ ହଟସ୍ପଟ ପାଲଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ମଧ୍ୟରେ ଖାରଦା ବିଧାନସଭା ନିର୍ବାଚନମଣ୍ଡଳୀର ଟିଏମସି ବିଧାୟକ ପ୍ରାର୍ଥୀ କାଜଲ ସିହ୍ନାଙ୍କର ଆଜି ପରଲୋକ ହୋଇଯାଇଛି।

ଖବର ଅନୁଯାୟୀ କାଜଲ ସିହ୍ନା ଯେଉଁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିଲେ ସେହି ଆସନ ପାଇଁ ଏପ୍ରିଲ ୨୨ରେ ଭୋଟ୍ ଗ୍ରହଣ ହୋଇଥିଲା। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ସେ ଆରପାରୀକୁ ଚାଲିଯାଇଛନ୍ତି। ଦୁଇଦିନ ତଳେ କାଜଲ ସିହ୍ନା କରୋନାରେ ସଂକ୍ରମିତ ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବେଲିଘାଟ ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳେ ତାଙ୍କର ପରଲୋକ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଟ୍ୱିଟ୍ କରି ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଥିବା ବେଳେ ଦଳର ସେ ଜଣେ ସଚ୍ଚୋଟ କର୍ମୀ ଥିଲେ ବୋଲି କହିଛନ୍ତି।

Leave A Reply

Your email address will not be published.