ଫାର୍ମହାଉସରେ ନାଚଗୀତର ଆସର ଓ ଦେହ ବ୍ୟବସାୟ

କାନପୁର : କୁହାଯାଏ କାହାର ପୁଷମାସ ଓ ଆଉ କାହାର ସର୍ବନାଶ। କରୋନା ସଙ୍କଟ କାଳରେ ଏଭଳି ଘଟଣା ଦେଖିବାକୁ ମିଳୁଛି। କିଏ ରୋଜଗାର ହରାଇ ଭୋକ ଉପାସରେ ଦିନ କଟୁଛି। ହେଲେ କିଛି ମୁନଫାଖୋରଙ୍କ ପାଇଁ କରୋନା କଟକଣା ଲକଡଉନ-ସଟଡାଉନ ପାଲଟିଛି ରୋଜଗାରର ମାଧ୍ୟମ। କେତେକଙ୍କୁ ମଧ୍ୟ ମିଳିଯାଇଛି ମଉଜ କରିବାକୁ ସୁଯୋଗ। ଏହି ସମୟରେ ରୀତିମତ ଚାଲୁଛି ନିଶା କାରବାର ଓ ଦେହ ବ୍ୟବସାୟ।

ସେହିଭଳି ଏକ ଘଟଣା ମହାରାଷ୍ଟ୍ରରେ ପୁଣେର ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସରକାର ଲକ୍ ଡାଉନ୍ କଟକଣା ଲାଗୁ କରିଥିବା ବେଳେ ଏହି ସମୟରେ ପୁଣେର ଏକ ପାର୍ମ ହାଉସରେ ଚାଲିଥିଲା ଦେହ ବ୍ୟବସାୟ। ପଡୋଶୀଙ୍କ ଅଭିଯୋଗ ପାଇ ପୋଲିସ ଚଢଉ କରିବାରୁ କଥା ପଦାକୁ ଆସିଛି।

ଖବର ଅନୁଯାୟୀ ସମୀର ଓରଫ ନୀତେଶ ଦିଲ୍ଲୀପ ପାୟଗୁଡେ ନାମକ ଜଣେ ବ୍ୟକ୍ତି ଲକ୍ ଡାଉନ୍ ସମୟରେ ରୋଜଗାର କରିବା ପାଇଁ ଫାର୍ମ ହାଉସରେ ଚଳାଇଥିଲେ ଡ୍ୟାନ୍ସ ବାର୍। ସେଠାରେ ଆରମ୍ଭ କରିଥିଲେ ଦେହ ବ୍ୟବସାୟ। ଫାର୍ମ ହାଉସକୁ ଫୋନ୍ କରି ୬ ଜଣ ଯୁବତୀଙ୍କୁ ଡକାଇଥିଲେ। ସେମାନେ ପହଞ୍ଚିବା ପରେ ଗ୍ରାହକଙ୍କୁ ଡକାଯାଇଥିଲା। ଫାର୍ମହାଉସରେ ବିଦେଶୀ ମଦ୍ୟପାନ ସହ ନାଚ-ଗୀତ ପାଇଁ ହୋଇଥିଲା ବ୍ୟବସ୍ଥା।

ଫାର୍ମହାଉସରେ ଗ୍ରାହକ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ନାଚ ଓ ମଦର ଆସର। ନାଚୁଥିବା ଯୁବତୀଙ୍କ ଉପରେ ହୋଇଥିଲା ଟଙ୍କା ବର୍ଷା। ଦେହ ବ୍ୟବସାୟ କରିବାକୁ ପ୍ରତିବନ୍ଧକ ନଥିଲା। ପୋଲିସ ପାଖରେ ଏ ଖବର ମଧ୍ୟ ନଥିଲା। କିନ୍ତୁ ଡିଜେ ଶବ୍ଦ ଶୁଣି ଜଣେ ପଡୋଶୀ ସ୍ଥାନୀୟ ଥାନାକୁ ସୂଚନା ଦେବାରୁ ପୋଲିସ ଚଢଉ କରିଥିଲା। ପୋଲିସକୁ ଦେଖି ସମସ୍ତେ ଦୌଡାଥିଲେ। ତେବେ ପୁଣେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button