ଫଟା ଜିନ୍ସ ପିନ୍ଧୁଥିବା ମହିଳାଙ୍କ ଉପରେ ମତଦେଇ ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଫଟା ଜିନ୍ସ ପିନ୍ଧୁଥିବା ମହିଳା ଉପରେ ମନ୍ତବ୍ୟ ଦେଇ ବିବାଦକୁ ଆସିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ମଙ୍ଗଳବାର ଡେରାଡୁନ୍‌ରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ କହିଲେ ଫଟା ଜିନ୍ସ ପିନ୍ଧି ବୁଲୁଥିବା ମହିଳା କେମିତି ଏନଜିଓ ଚଳାଉଛନ୍ତି ତା’କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି। ସେ ଏଭଳି ପୋଷାକ ପିନ୍ଧି ସାମାଜକୁ କେଉଁ ପ୍ରକାରର ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ଏପରି ପୋଷାକ ପିନ୍ଧି ଯଦି ମହିଳା ଓ ଝିଅମାନେ ସମାଜର ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ତେବେ ଆମ ସମାଜ ଓ ଛୋଟ ପିଲାଙ୍କୁ କ’ଣ ବାର୍ତ୍ତା ଦେବେ। ସବୁ କିଛି ଘରୁ ହିଁ ଆରମ୍ଭ ହୋଇଥାଏ। ଆମେ ଯାହା କରୁ ପିଲାମାନେ ତା’କୁ ଅନୁସରଣ କରନ୍ତି। ଘରୁ ହିଁ ସେମାନଙ୍କୁ ଉପଯୁକ୍ତ ସଂସ୍କାର ମିଳିଥାଏ। ଭବିଷ୍ୟତରେ ସେ ଯେତେ ମଡର୍ଣ୍ଣ ହେଲେ ମଧ୍ୟ ଜୀବନରେ କେବେ ହେଲେ ନିଜର ମର୍ଯ୍ୟାଦା ହରାଇ ନଥାଏ। ଆଣ୍ଟୁ ଦେଖାଇବା, ଫଟା ଜିନ୍ସ ପିନ୍ଧିବା ଓ ନିଜକୁ ଧନୀ ଭଳି ଦେଖାଇ ହେବା ଏବେ ସମାଜନର ମୂଲ୍ୟବୋଧ ହୋଇସାରିଲାଣି। ଏସବୁ କେଉଁଠୁ ଆସୁଛି ବୋଲି ସେ କହିଥିଲେ।

କେବଳ ସେତିକି ନୁହେଁ ନିକଟରେ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଭୁ ରାମ ଓ କୃଷ୍ଣଙ୍କ ସହ ତୁଳନା କରିଥିବାରୁ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

Leave A Reply

Your email address will not be published.