‘ଫଟା ଜିନ୍ସ’କୁ ନେଇ ମତ ରଖିଲେ କଙ୍ଗନା, କହିଲେ ପିନ୍ଧିବା ମୋ ଠାରୁ ଶିଖନ୍ତୁ

ମୁମ୍ବାଇ : ମହିଳାଙ୍କ ‘ଫଟା ଜିନ୍ସ’ ପିନ୍ଧିବା ସମ୍ପର୍କରେ ମତଦେଇ ବିବାଦରେ ଫସିଛନ୍ତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ୱତ। ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ତାଙ୍କୁ ସାମଲୋଚନା କରାଯାଉଛି। କିନ୍ତୁ ବଲିଉଡ ଅବିନେତ୍ରୀ କଙ୍ଗନା ରଣାୱତ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ଶେଆର କରି କହିଛନ୍ତି ”ମହିଳାମାନେ କେମିତି ଜିନ୍ସ ପିନ୍ଧିବା ଉଚିତ ତାହା ମୋ ଠାରୁ ଶିଖିବା ଦରକାର।

ସେ କହିଛନ୍ତି ଯଦି କେହି ଫଟା ଜିନ୍ସ ପିନ୍ଧିବାକୁ ଇଚ୍ଛା ରଖୁଛନ୍ତି ତେବେ ସେ ଗୁଡ଼ିକ ଆକର୍ଷଣୀୟ ଦେଖାଯିବା ଉଚିତ। ଭିକାରୀ ଭଳି ପିନ୍ଧିବା ଉଚିତ ନୁହେଁ। ଅଜିକାଲି ଅଧିକାଂଶ ଯୁବକଯୁବତୀ ପାଖରେ ଟଙ୍କା ନଥିଲା ଭଳି ଭିକାରୀ ଦେଖାଗଲା ଭଳି ହିଁ ଜିନ୍ସ ପିନ୍ଧୁଛନ୍ତି। କଙ୍ଗନାଙ୍କ ଏହି ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେତେକ ୟୁଜର୍ସ ତାଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କେତେକ ସମାଲୋଚନା କରିଛନ୍ତି।

ସେହିପରି ଅଭିନେତ୍ରୀ ଗୁଲ ପନାଗ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ସମାଲୋଚନା କରି ତାଙ୍କ ଟ୍ୱିଟ୍‌ରରେ ଏକ ଫଟା ଜିନ୍ସ ପିନ୍ଧି ଫଟୋ ସେଆର କରିଛନ୍ତି। ଅମିତାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା ମଧ୍ୟ କହିଛନ୍ତି ଆମ ପୋଷାକ ବଦଳାଇବା ପୂର୍ବରୁ ପ୍ରଥମେ ନିଜର ମାନସିକତାରେ ପରବର୍ତ୍ତନ କରନ୍ତୁ।

ସୂଚନାଯୋଗ୍ୟ ଗତକାଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ୱତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେଉଁ ମହିଳାମାନେ ଏନଜିଓ ଚଳାଉଛନ୍ତି ନିଜେ ଫଟା ଜିନ୍ସ ପିନ୍ଧୁଛନ୍ତି। ଚିନ୍ତା କରନ୍ତୁ ସେ ସମାଜରେ କେଉଁ ପ୍ରକାରର ସଂସ୍କୃତିର ପ୍ରଚାର କରୁଥିବେ। ଯେବେ ଆମେ ସ୍କୁଲରେ ପଢୁଥିଲେ, ଏମିତି ଘଟୁ ନଥିଲା ଯାହା ଏବେ ଘଟୁଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ଆମକୁ ଅନୁସରଣ କରୁଥିବା ବେଳେ ଆମେ ଫଟା ଜିନ୍ସ ପିନ୍ଧି ଆଣ୍ଠୁ ଦେଖାଇ ନିଜକୁ ଧନୀ ବୋଲି ଦେଖାଇ ହେଉଛେ।

Leave a Reply

Your email address will not be published. Required fields are marked *

Back to top button