ଫେବୃଆରୀ ୧୨ ପର୍ଯ୍ୟନ୍ତ ଏହି ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ

ସିମଲା : ଦେଶର କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇଛି। କଟେକ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ପ୍ରଭାବିତ ସହରରେ କର୍ଫ୍ୟୁ ଲଗାଇଛନ୍ତି। ଏହିଭଳି ସ୍ଥିତିକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାର ଆଗୁଆ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ଶିକ୍ଷାନୁଷ୍ଠାନ ଫେବୃଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ସମୟରେ ଅନଲାଇନ ପାଠପଢା ଜାରି ରହିବ ବୋଲି କୁହାଯାଇଛି।

ଖବର ଅନୁଯାୟୀ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବ। ଅନ୍ୟପକ୍ଷରେ ରାଜ୍ୟରେ ଜାନୁଆରୀ ୧ରୁ ଫେବୃଆରୀ ୧୨ ପର୍ଯ୍ୟନ୍ତ ଶୀତକାଳୀନ ଛୁଟି। ତେଣୁ ଏହି ଛୁଟି ସମୟରେ ଅନଲାଇନରେ ପାଠପଢା ଚାଲିବ।

ମତାମତ ଦିଅନ୍ତୁ ।