Breaking Newsବାଣିଜ୍ୟ

ଫେବୃଆରୀରୁ ତତ୍କାଳ ସେବା : ଘଣ୍ଟାକରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ : ଇଣ୍ଡିଆନ୍ ଅୟଲ ‘ତତ୍କାଳ ଗ୍ୟାସ ସିଲିଣ୍ଡିର ଡେଲଭରୀ’ ସେବା ଆରମ୍ଭ କରିବାକୁ ଯାଉଛି। ବୁକିଂର ଘଣ୍ଟାଏ ମଧ୍ୟରେ ଘରେ ସିଲିଣ୍ଡର ପହଞ୍ଚିବ। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ରାଜ୍ୟର ଗୋଟିଏ ସହରରେ ଏହି ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହି ସେବା ଅଧୀନରେ କମ୍ପାନୀ ୩୦ରୁ ୪୫ ମିନିଟ ମଧ୍ୟରେ ଗ୍ରାହକଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇବ।

ଇଣ୍ଡିଆନ୍ ଅୟଲ କହିଛି ବର୍ତ୍ତମାନ ଏହି ସୁବିଧା ଉପରେ କାମ ଚାଲିଛି। ଖୁବ୍ ଶୀଘ୍ର ଆରମ୍ଭ ହେବ। ତେବେ
ଫେବୃଆରୀ ୨ରୁ ସେବା ଆରମ୍ଭ ହେବ ବୋଲି କୁହାଯାଉଛି। ଦେଶରେ ଥିବା ପ୍ରାୟ ୨୮ କୋଟି ଏଲପିଜି ଗ୍ରାହକଙ୍କ ମଧ୍ୟରୁ ୧୪ କୋଟି ଇଣ୍ଡେନ୍ ଗ୍ୟାସର ଗ୍ରାହକ ଅଛନ୍ତି। ତତ୍କାଳ ସେବା ପାଇଁ ଗ୍ରାହକଙ୍କୁ କିଛି ଚାର୍ଜ ଦେବାକୁ ପଡିପାରେ। ହେଲେ କେତେ ଦେବାକୁ ପଡିବ ତାହା ସ୍ଥିର ହୋଇନାହିଁ।

ମତାମତ ଦିଅନ୍ତୁ ।

Back to top button