ଫେକ୍ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ ପୋଷ୍ଟ କରୁଥିଲେ ନାବାଳିକା

କୋରାପୁଟ : ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ ପୋଷ୍ଟ କରୁଥିଲେ ନାବାଳିକା। ଏହି ଘଟଣାରେ କୋରାପୁଟ ଟାଉନ ପୋଲିସ ଜଣେ ନାବାଳିକାକୁ ଅଟକ ରଖିଥିବା ବେଳେ ସେ ବ୍ୟବହାର କରିଥିବା ମୋବାଇଲକୁ ଜବତ କରାଯାଇଛି।

ବୁଧବାର ଟାଉନ ଥାନା ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ୫ ମାସ ତଳେ ଜଣେ ମହିଳାଙ୍କ ନାଁରେ ଫେକ୍ ଫେସ୍‌ବୁକ୍ ଆଇଡି ଖୋଲାଯାଇଥିଲା। ଏହି ଆଇଡିରେ ଅଶ୍ଳୀଳ ଫଟୋ ଛାଡ଼ିବା ସହ କମେଣ୍ଟ ଦିଆଯାଇଥିଲା। ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାରୁ ଫେକ ଫେସବୁକ ନାବାଳିକା ଖୋଲିଥିବା ଜଣାପଡିଥିଲା। ନାବାଳିକା ଓ ମହିଳାଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ଲାଗିରହିଥିବାରୁ ତାଙ୍କୁ ବଦନାମ୍ କରିବାକୁ ଏଭଳି କରିଥିବା ନାବାଳିକା ଜଣଙ୍କ ସ୍ଵୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button