ଫି ରେଗୁଲେସନ ଅଧ୍ୟାଦେଶ ଦାବିରେ ଅଭିଭାବକ ମହାସଂଘ ଜଗତସିଂହପୁର ଶାଖାର ଧାରଣା

ଜଗତସିଂହପୁର : ବିଦ୍ୟାଳୟ ଫି ରେଗୁଲେସନ୍ ଅର୍ଡିନାନ୍ସ ଦାବିରେ ଓଡିଶା ଅଭିଭାବକ ମହାସଂଘ, ଜଗତସିଂହପୁର ଜିଲ୍ଲା କମିଟି ତରଫରୁ ଶୁକ୍ରବାର ଜଗତସିଂହପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

ଓଡିଶା ଅଭିଭାବକ ମହାସଂଘ ଜଗତସିଂହପୁର ଶାଖାର ଅଭିଯୋଗ କରୋନା ମହାମାରୀ ସମୟରେ ଘରୋଇ ବିଦ୍ୟାଳୟଗୁଡିକୁ ‘ଫି’ ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କିନ୍ତୁ ଘରୋଇ ବିଦ୍ୟାଳୟ ଗୁଡିକ ଅନଲାଇନ୍ କ୍ଲାସ୍ କରୁଥିବା କହୁଥିଲେ ମଧ୍ୟ ଏହାର ମାନ ଠିକ୍ ରହୁନି। ତେଣୁ ଏଥିପାଇଁ ଛାତ୍ରଛାତ୍ରୀ କାହିଁକି ସମ୍ପୂର୍ଣ୍ଣ ଫି ଦେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ପ୍ରତିକାର ପାଇଁ “ଫି ରେଗୁଲେସନ ଅର୍ଡିନାନ୍ସ”ର ଆବଶ୍ୟକତା ରହିଛି। ଏହି ବ୍ୟବସ୍ଥା ନ ଥିବାରୁ ଘରୋଇ ବିଦ୍ୟାଳୟ ଗୁଡିକ ଅଭିଭାବକମାନଙ୍କୁ ମନ ଇଛା ଶୋଷଣ କରୁଛନ୍ତି ଓ ବିଭିନ୍ନ ପ୍ରକାରର ଚାପ ସୃଷ୍ଟି କରି ଫି ଆଦାୟ କରୁଥିବା ସଂଘ ଅଭିଯୋଗ କରିଛି।

ଏହି ଦାବିପତ୍ର ପ୍ରଦାନ ସମୟରେ ଓଡ଼ିଶା ଅଭିଭାବକ ମହାସଂଘ, ଜଗତସିଂହପୁର ର ମୂଖ୍ୟ ଉପଦେଷ୍ଟା ଆଡଭୋକେଟ୍ ବାସୁଦେବ ଷଡଙ୍ଗୀ, ଷ୍ଟେଟ ଭାଇସ୍ ଚେୟାରମ୍ୟାନ ଡଃ ଧୂତିଧର ଦାସ, ରାଜ୍ୟ ଯୁଗ୍ମ ସମ୍ପାଦକ ଓ ଜିଲ୍ଲା ଇନ୍ଚାର୍ଜ ପୂର୍ଣ ଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ଅନାଦି ଚରଣ ବେହେରା, ଆବାହକ ସୁରେଶ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ଶକ୍ତିଧର ମିଶ୍ର, ସଂଗଠନ ସମ୍ପାଦକ କେଦାର ପାତ୍ର, ବାଲିକୁଦା ବ୍ଲକ୍ ଆବାହକ ପିଣ୍ଟୁ ମୁଦୁଲି ଓ ବାଲିକୁଦା ସୋସିଆଲ୍ ମିଡିଆ ମୂଖ୍ୟ ଶୁଭ ନାରାୟଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।