ଫିଲ୍ମ ସୁପରହିରୋ ପାଇଁ ତାଲିମ ନେଉଛନ୍ତି କ୍ୟାଟ୍ରିନା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ବନ୍ଧୁ ଅଲ୍ଲୀ ଅୱାସ ଜାଫରଙ୍କ ସହ ମିଶି ଫିଲ୍ମ ସୁପରହିରୋ ପାଇଁ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳୁଛି। ସେଥିପାଇଁ ସେ ଶାରିରୀକ ତାଲିମ ନେଉଥିବା ଚର୍ଚ୍ଚା ହେଉଛି।

ଏ ସଂପର୍କରେ ଜାଫର କହିଛନ୍ତି କ୍ୟାଟ୍ରିନା ଶାରିରୀକ ତାଲିମ ଆରମ୍ଭ କରିଛନ୍ତି। ତେବେ ତାଙ୍କର ଅନ୍ୟ କିଛି ପ୍ରୋଜେକ୍ଟ ସରିବା ପରେ ଏଥିଲାଗି ସମୟ ଦେବେ। ସବୁକିଛି ଠିକ୍‌ଠାକ୍‌ ରହିଲେ ଜାନୁୟାରୀ ମାସରୁ ସୁଟିଂ ଆରମ୍ଭ ହୋଇପାରେ। କିନ୍ତୁ ଜଣାପଡ଼ିଛି ଫିଲ୍ମ ପ୍ରସ୍ତୁତି କରିବାକୁ ଜାଫର ଦୁବାଇ ପହଞ୍ଚିିଛନ୍ତି। ସେଠାରେ ଏକ ଅନ୍ତର୍ଜାତୀୟ ଟିମ୍‌ ସହ କାମ କରିବେ। ଆଗକୁ ‘ସୂର୍ଯ୍ୟବଂଶୀ’ ଓ ‘ଫୋନ୍‌ଭୂତ’ ଆସୁଛି। ଏ ଦୁଇଟି ଫିଲ୍ମରେ କ୍ୟାଟ୍ରିନାଙ୍କୁ ଆଗକୁ ଦେଖିବାକୁ ମିଳିବ।

ମତାମତ ଦିଅନ୍ତୁ ।