ଫିଲ୍ମ ‘ଓକିଲ ସାବ’ ପାଇଁ ହଲ୍‌ରେ ଭଙ୍ଗାରୁଜା

ହାଇଦ୍ରାବାଦ : ଦୀର୍ଘଦିନ ପରେ ବଡ ପରଦାକୁ ଫେରିଥିବା ସାଉଥ ସୁପରଷ୍ଟାର ପୱନ କଲ୍ୟାଣଙ୍କ ଫିଲ୍ମ `ଓକିଲ ସାବ’ ଦେଖିବା ପାଇଁ ତେଲେଙ୍ଗାନର ଏକ ହଲ୍‌ରେ ଥିଲେ ବହୁ ସଂଖ୍ୟକ ଦର୍ଶକ। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫିଲ୍ମଟି ଅଧାରେ ଅଟକି ଯିବାରୁ ସେମାନେ ଉତ୍ୟକ୍ତ ହୋଇ ଭଙ୍ଗାରୁଜା କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ସାଉଥ ସୁପରଷ୍ଟାର ପୱନ କଲ୍ୟାଣଙ୍କ ଫିଲ୍ମ ‘ଓକିଲ ସାବ ଗତକାଲି ରିଲିଜ ହୋଇଛି। ୩ ବର୍ଷର ବ୍ୟବଧାନ ପରେ ପୱନ କଲ୍ୟାଣଙ୍କ ଫିଲ୍ମ ବଡ ପରଦାକୁ ଆସିଥିବାରୁ ହଲରେ ପ୍ରବଳ ଭିଡ ହେଉଛି। ଅମିତାଭ ବଚ୍ଚନଙ୍କ ହିନ୍ଦୀ ଫିଲ୍ମ ‘ପିଙ୍କ’ର ତେଲୁଗୁ ରିମେକ୍‌ ଏହି ଫିଲ୍ମଟି ପ୍ରଥମ ଦିନରେ ୪୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button