ଫିଲ୍ମ ପାଇଁ ମଡେଲ୍‌ଙ୍କୁ ଡାକି ବେଶ୍ୟାବୃତ୍ତିରେ ଲଗାଇଲେ

ଚେନ୍ନାଇ : ଦଲାଲ କଥାରେ ଫସିଗଲେ ମଡେଲ୍‌। ତାମିଲ ଫିଲ୍ମରେ ଲିଡ୍‌ ରୋଲ୍‌ ଦିଆଯିବ ବୋଲି କହି ଦିଲ୍ଲୀର ଦୁଇ ମହିଳା ମଡେଲଙ୍କୁ ଚେନ୍ନାଇ ଡ଼ାକିଥିଲେ ଦଲାଲ। ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିଥିଲେ। ପୋଲିସ ଦୁଇଜଣଙ୍କୁ ଉଦ୍ଧାର କରିଛି।

ଖବର ଅନୁଯାୟୀ ଦିଲ୍ଲୀ ଦୁଇ ମଡେଲଙ୍କୁ ଦଲାଲ ତାମିଲ ଫିଲ୍ମ ପାଇଁ ଡ଼ାକିଥିଲେ। ଲିଡ୍‌ ରୋଲ୍‌ ଲୋଭରେ ପଡି ସେମାନେ ଚେନ୍ନାଇରେ ପହଞ୍ଚିଥିଲେ। କିନ୍ତୁ ଦଲାଲର ଉଦ୍ଦେଶ୍ୟ ଥିଲା ଭିନ୍ନ। ଏମାନକୁ ନେଇ ଅର୍ଥ ଉପାର୍ଜନ କରିବା ପାଇଁ ଦଲାଲ କରିଥିଲା ଯୋଜନା। ଦୁଇ ଯୁବତୀଙ୍କୁ ବେଶ୍ୟାବୃତ୍ତିରେ ଲଗାଇ ଆୟ କରିଚାଲିଲା ମୋଟା ଅଙ୍କର ଅର୍ଥ। ପଞ୍ଚ ତାରକା ହୋଟେଲରେ ଯୁବତୀଦ୍ୱୟ ବଡ ଗ୍ରାହକଙ୍କୁ ସେବା ଯୋଗଉଥିଲେ। ଦଲାଲଙ୍କ ଇଶାରାରେ ହେଉଥିଲେ ପରିଚାଳିତ। ଏହି ରାକେଟରେ ସାମିଲ ଥିଲେ ଦିଲ୍ଲୀର ଦୁଇଜଣ ଯୁବକ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ହୋଟେଲରେ ଚଢ଼ଉ କରିଥିଲା। ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଦୁଇ ଦଲାଲଙ୍କୁ ଗିରଫ କରିଛି। ହେଲେ ଖସି ଯିବାକୁ ସକ୍ଷ୍ୟମ ହୋଇଛନ୍ତି ଦିଲ୍ଲୀର ଦୁଇ ଦଲାଲ। ସେମାନଙ୍କ ନାଁ ସୁରଜ ମଲହୋତ୍ରା ଓ ରାହୁଲ ବୋଲି ପୋଲିସ କହିଛି।

ମତାମତ ଦିଅନ୍ତୁ ।