ଫିଲ୍ମ ‘ଶେରନି’ ଟ୍ରେଲର ରିଲିଜ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ‘ଶେରନି’ର ଟ୍ରେଲର ନିକଟରେ ରିଲିଜ ହୋଇଛି। ଏହାକୁ ନେଇ ଚାଲିଛି ଖୁବ ଚର୍ଚ୍ଚା। ଏହି ଫିଲ୍ମ ଜୁନ ୧୮ରେ ଆମଜନ ପ୍ରାଇମରେ ରିଲିଜ ହେବାକୁ ଯାଉଥିବା ବେଳେ ଏଥିରେ ବିଦ୍ୟା ବାଲନଙ୍କ ସହ, ଶରତ ସକ୍ସେନା, ମୁକୁଲା ଚଡ୍ଡା, ବିଜୟ ରାଜ, ଇଲା ଅରୁଣ, ବୃଜେନ୍ଦ୍ର କଲା ଓ ନୀରଜ କାବି ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ବିଦ୍ୟା ବାଲନ ଜଙ୍ଗଲରେ ଏକ ମଣିଷଖିଆ ବାଘକୁ ଖୋଜୁଥିବା ଦେଖିବାକୁ ମିଳିଛି।

ବିଦ୍ୟା ବାଲନ ‘ଶେରନି’ରେ ଜଣେ ଫରେଷ୍ଟ ଅଫିସରର ଚରିତ୍ରରେ ଅଭିନୟ କରୁଛନ୍ତି। ସେ ଏକ ଗାଁର ଲୋକଙ୍କୁ ମଣିଷଖିଆ ବାଘଠାରୁ ବଞ୍ଚାଇବାକୁ ପ୍ରାୟସ କରୁଛନ୍ତି। ଏହି ସମୟରେ ସେ ସମାଜର କିଛି ଏମିତି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି ଯେଉଁମାନେ ତାଙ୍କୁ ନୀଚା ଦେଖାଇବାକୁ ଚାହୁଁଛନ୍ତି। ବିଦ୍ୟା ବାଲନଙ୍କୁ ଅନକେ ପୁରୁଷଙ୍କ ସହ ମିଶି କାମ କରିବାକୁ ପଡିଛି। ଆଉ ଏହାକୁ ନେଇ ଲୋକେ ପ୍ରଶ୍ନ ଉଠାଇଥିବା ବେଳେ ବିଦ୍ୟା ସେମାନଙ୍କୁ ଜବାବ ଦେଉଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସଙ୍କୁ ଏହାକୁ ଖୁବ୍ ପସନ୍ଦ ଆସିଛି।

Leave a Reply

Your email address will not be published. Required fields are marked *

Back to top button