ଫ୍ୟାନ୍ ଖସି ପଡ଼ିଥିବା ରୋଗୀର ମୃତ୍ୟୁ

0

କଟକ : କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଛାତରୁ ଫ୍ୟାନ୍‌ ଖସିପଡିବାରୁ ପାର୍ବତୀ ଦାସ ନାମକ ଜଣେ ମହିଳା ରୋଗୀ ଗୁରୁତର ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ସୂଚନା ଦେଇଛନ୍ତି। ମୃତ ମହିଳାଙ୍କ ଘର ଯାଜପୁର ଜିଲ୍ଲା ବରୀ କୃଷ୍ଣନଗର ଅଞ୍ଚଳରେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଗତ ୮ ତାରିଖ ଦିନ ପାର୍ବତୀ ଚିକିତ୍ସାଧୀନ ଥିବାବେଳେ ତାଙ୍କ ଉପରେ ଏକ ଫ୍ୟାନ୍ ଖସି ପଡ଼ିଥିଲା। ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗତକାଲି ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Leave A Reply

Your email address will not be published.