ଫୋନରେ କଥା ହେଲେ ମୋଦି ଓ ବାଇଡେନ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ଭାରତର କରୋନା ସ୍ଥିତି ସମ୍ପର୍କରେ ମୋଦି ବିସ୍ତୃତ ଭାବେ କହିଥିବା ବେଳେ ସମସ୍ତ ପ୍ରକାରର ସହାୟତା କରିବେ ବୋଲି ବାଇଡେନ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଥିବା ମୋଦି ଟ୍ୱିଟ କରି କହିଛନ୍ତି। ସେ କହିଛନ୍ତି ଆମେ ଉଭୟ ଦେଶର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଛୁ। ଆମେରିକା ତରଫରୁ ଭାରତକୁ ସହାୟତା ଯୋଗାଇ ଦିଆଯାଇଥିବାରୁ ମୁଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛି।
ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଟିକା ପାଇଁ ଆବଶ୍ୟକ କଞ୍ଚା ମାଲ ଆମେରିକାରୁ ଆସିଥାଏ। ତେବେ ଭାରତକୁ କଞ୍ଚାମାଲ ରପ୍ତାନୀ ଉପରେ ଆମେରିକା ପ୍ରଥମେ ରୋକ ଲଗାଇଥିଲା। ତେବେ ଏହି ପ୍ରତିବନ୍ଧକକୁ ଆମେରିକା ପକ୍ଷରୁ ଉଠାଇ ଦେଇଛି। ଆମେରିକାର ଏହି ସହଯୋଗ ପରେ ଭାରତରେ ଏବେ କୋଭିସିଲ୍ଡ ଟିକା ଅଧିକରୁ ଅଧିକ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button