ଫୁଲବାଣୀ : ୧୮୮ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ : ଫୁଲବାଣୀରେ ଅବକାରୀ ବିଭାଗ ୧୮୮ କିଲୋ ଗଞ୍ଜେଇ ଜବତ ସହ ୪ ଜଣଙ୍କୁ ଗିରଫ କରିଛି। ଜିଲାପାଳ ଡଃ ବୃନ୍ଦା ଡିଙ୍କ ନିର୍ଦ୍ଦେଶରେ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରବିବାର ସକାଳୁ ଏହି ଚଢଉ ହୋଇଥିଲା।

ଖବର ଅନୁଯାୟୀ ଖଜୁରୀପଡା ଆଡ଼କୁ ଯାଉଥିବା ଏକ ସ୍କର୍ପିଓକୁ ଅବକାରୀ କର୍ମଚାରୀମାନେ ଟିକାବାଲି ଥାନା ଲାଇନପଡାଠାରେ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୧୩୩ କିଲୋ ଗଞ୍ଜେଇ ମିଳିଥିଲା। ଏହି ମାମଲାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଲ ଗ୍ରାମର ଦିଲ୍ଲୀପ କୁମାର ବେହେରା ଓ ଜିତେନ୍ଦ୍ର କୁମାର ବେହେରାଙ୍କୁ ଗିରଫ କରାଯାଇଛି।

ସେହିପରି ଖଜୁରୀପଡା ଥାନା ଗାଡିଆପଡା ଘାଟିରେ ଏକ କାରରୁ ୫୫ କିଲୋ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି। ଏହି ମାମଲାରେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡାର ଆକାଶ କୁମାର ଚୌଧୁରୀ ଓ ପ୍ରତାପ ଆଲଟିଆଙ୍କୁ ଗିରଫ କରାଯାଇଛି। ଉଭୟ ଗଞ୍ଜେଇ ଭୂବନେଶ୍ୱର ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button