ପିଆଜ ଅଧିକ ଖାଇଲେ କ୍ଷତିକାରକ

0

ରୋଷେଇ ଘରେ ପିଆଜର ଆବଶ୍ୟକତା ରହିଛି। ବିଶେଷ କରି ଆମିଷ ତରକାରୀ ଓ ସାଲାଡ ପାଇଁ ପିଆଜ ନିହାତି ଦରକାର। ଖାଇବା ସମୟରେ କେତେକ ପସନ୍ଦ କଞ୍ଚା ପିଆଜ। କିନ୍ତୁ ପିଆଜିର ଭଲ ଗୁଣ ଯେତିକି ସମପରିମାଣ ଖରାପ ଗୁଣ ମଧ୍ୟ ରହିଛି। ତେଣୁ ଅଧିକ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେବେ ଆସନ୍ତୁ ଏ ସମ୍ପର୍କରେ ଜାଣିବା।

ପିଆଜରେ ଭରପୁର ମାତ୍ରାରେ ଫାଇଭର ରହିଥିବାରୁ ଏହାକୁ ଆବଶ୍ୟକତାଠାରୁ ଅଧିକ ଖାଇଲେ ଶରୀରର ପାଇଁ କ୍ଷତିକାରକ ହୋଇପାରେ। ପାଚନ ଶକ୍ତି ପ୍ରଭାବିତ ହୁଏ। ଯାହା ଫଳରେ ଖାଦ୍ୟ ହଜମ ନହୋଇ ପେଟ ଜନିତ ସମସ୍ୟା ଦେଖାଦେବା ସହିତ ପେଟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ।

ଅନେକ ଲୋକଙ୍କର ସାଲାଡ ବେଶୀ ପସନ୍ଦ। କିନ୍ତୁ ଏଭଳି ଖାଇଲେ ପିଆଜକୁ ହଜମ ହେବା କଷ୍ଟକର ହୁଏ। ଯାହା ଫଳରେ ଆସିଡିଟି ଓ ଛାତି ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଆସିଡିଟି ଗ୍ୟାସ ସମସ୍ୟା ଥିଲେ କଞ୍ଚା ପିଆଜ କମ୍‌ ମାତ୍ରାରେ ଖାଇବା ଉଚିତ।

ପିଆଜରେ ପ୍ରାକୃତିକ ଫ୍ରୁକ୍ଟୋସ ଅଧିକ ମାତ୍ରାରେ ରହିଥିବାରୁ ଗ୍ୟାସ୍‌ ଜନିତ ସମସ୍ୟା ଦେଖାଦେଇ ପାରେ। ସେ ଦୃଷ୍ଟିରୁ ପିଆଜ କମ ଖାଇବା ଉଚିତ।

ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ପିଆଜ ଖାଇବା କ୍ଷତିକାରକ। ଛାତି ଜଳାପୋଡା ଭଳି ସମସ୍ୟା ସୃଷ୍ଟି ଉପୁଜି ପାରେ। ଅମ୍ଲ ପିତ୍ତ ଓ ବାନ୍ତି ଆଦି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଗର୍ଭବତୀ ମହିଳାମାନେ ପିଆଜର ଖାଇବା ପରିମାଣ କମାଇଲେ ସ୍ୱାସ୍ଥ୍ୟ ପାଇଁ ଭଲ।

Leave A Reply

Your email address will not be published.