ପିଏମ୍-କୁସୁମ ଯୋଜାନାରେ ରେଳବାଇ ଶତପ୍ରତିଶତ ବିଦ୍ୟୁତିକରଣ ହେବ : ଗୋୟଲ

ନୂଆଦିଲ୍ଲୀ : ଅକ୍ଷୟ ଶକ୍ତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାକୁ ଭାରତ ଗ୍ରହଣ କରିଥିବା ପଦକ୍ଷେପକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଆନ୍ତର୍ଜାତିକ ସୋଲାର୍ ଗ୍ରିଡ୍‌ରେ ପରିଣତ ହେବାକୁ ସରକାର କାମ ଚଳାଇଛନ୍ତି। ଆସନ୍ତା ସାଢ଼େ ତିନି ବର୍ଷ ମଧ୍ୟରେ ଭାରତୀୟ ରେଳବାଇ ଶତ ପ୍ରତିଶତ ବିଦ୍ୟୁତିକରଣ ହେବ।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଗୋୟଲ କହିଛନ୍ତି ପ୍ରଧାନମନ୍ତ୍ରୀ ଏକ ସୂର୍ଯ୍ୟ, ଏକ ବିଶ୍ଵ, ଏକ ଗ୍ରିଡ୍’ର ପ୍ରସାର କରୁଛନ୍ତି। ଭାରତ ଇଣ୍ଟର୍‌ନ୍ୟାସ୍‌ନାଲ୍ ରିନିଉଏବଲ୍ କମ୍ୟୁନିଟି’ରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ପିଏମ୍-କୁସୁମ ଯୋଜାନାରେ ଆମେ କୃଷକମାନଙ୍କ ପାଇଁ ଅକ୍ଷୟ ଶକ୍ତି ଆଣୁଛୁ। ଆସନ୍ତା ସାଢ଼େ ତିନି ବର୍ଷ ମଧ୍ୟରେ ରେଳବାଇରେ ସମ୍ପୂର୍ଣ୍ଣ ବିଦ୍ୟୁତିକରଣ କରାଯିବ। ପରବର୍ତ୍ତୀ ୯ରୁ ୧୦ ବର୍ଷ ମଧ୍ୟରେ ରେଳବାଇ ୧୦୦% ‘ନେଟ୍ ଜିରୋ’ ଅପରେଟର୍ ହୋଇପାରିବ। ୨୦୩୦ ବେଳକୁ ଆମେ ବିଶ୍ଵର ପ୍ରଥମ ବୃହତ୍ ‘କ୍ଲିନ୍ ରେଲ୍‌ୱେଜ୍’ ଅଧିକାରୀ ଭାବେ ଗର୍ବ ଅନୁଭବ କରିବା।

ମତାମତ ଦିଅନ୍ତୁ ।