ପିଇବା ପାଣି ପାଇଁ ଲଟେରୀ : ତଥାପି ସମସ୍ୟା ସୁଧୁରୁନି

0

ବ୍ରହ୍ମପୁର : ମାର୍ଚ୍ଚ ସରିନି। ଏବେଠାରୁ ଆରମ୍ଭ ହୋଇଗଲାଣି ଜଳାଭାବ। କେଉଁଠି ଲୋକେ ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଆଉ କେଉଁଠାରେ ପାଣି ଆଣିବାକୁ ଯିବାକୁ ପଡୁଛି ମାଇଲ ମାଇଲ ଦୂର। ହେଲେ ଗଞ୍ଜାମ ଛତ୍ରପୁର ଷ୍ଟେସନ ରୋଡରେ ହେଉଛି ପିଇବା ପାଣି ଲଟେରୀ। ଯାହାର ନାଁ ଉଠିବ ଆଗ ପାଣି ନେବ। ଏହିଭଳି ପରିସ୍ଥିତିରେ ଲୋକେ ଗରା ଓ ବାଲଟି ଧରି ଅପେକ୍ଷା କରୁଛନ୍ତି।

ଗଞ୍ଜାମ ଛତ୍ରପୁର ଷ୍ଟେସନ ରୋଡ୍‌ ସାହିରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ପାନୀୟ ଜଳର ଘୋର ସଙ୍କଟ। ମାତ୍ର ୧୫ ମିନିଟ ପାଇଁ ପାଇପରେ ଆସୁଛି ପାଣି। ଏହାକୁ ନେବାକୁ ଲାଗୁଛି ଲମ୍ବା ଲାଇନ। ଗଣ୍ଡଗୋଳ ଏଡ଼ାଇବାକୁ କରାଯାଇଛି ଲଟେରୀ ବ୍ୟବସ୍ଥା। ଯାହାକୁ ୧ ନମ୍ବର ଟୋକନ୍‌ ମିଳିବ। ସିଏ ପ୍ରଥମେ ପାଣି ଗରାଏ ନେବ। ଏହିଭଳି କ୍ରମାନ୍ଵୟରେ ଲୋକେ ପାଣି ନେବ। ଯାହା ପକ୍ଷରୁ ପାଣି ଆସିବା ବନ୍ଦ ହୋଇଜୀବ। ବାକି ଲୋକମାନେ ନିରସରେ ଫେରିବେ।

ସେହିପରି ଗଞ୍ଜାମ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରର ସମାନ ସ୍ଥିତି। ଜାନିବିଲି ଜଳଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ଲୋକଙ୍କୁ ପାଣି ମିଳୁନି। ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରି ଲୋକେ ବିଫଳ ହେବାରୁ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ଖବର ପାଇ କୁକୁଡ଼ାଖଣ୍ଡି ବିଡିଓ ଓ ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଅଞ୍ଚଳବସି ଅଆହରିଛନ୍ତି।

କେବଳ ଗଞ୍ଜାମରେ ନୁହେଁ ଅନ୍ୟ ଜିଲ୍ଲାରେ ମଧ୍ୟ ପାନୀୟ ଜଳର ଅନୁରୂପ ପରିସ୍ଥିତି ଦେଖାଦେଲାଣି। ଆଗକୁ ଉତ୍ତାପ ବଢିଲେ ଜଳ ସମସ୍ୟା ଆହୁରି ଗମ୍ଭୀର ହେବ। ତେଣୁ ଏ ସମ୍ପର୍କରେ ଏବେଠାରୁ ଚିନ୍ତା କରାଯିବା ଉଚିତ ମନେ ହୁଏ।

Leave A Reply

Your email address will not be published.