ପିଜି ପ୍ରବେଶିକା ଫଳ ପ୍ରକାଶ : ପରିସଂଖ୍ୟାନ ବିଭାଗର ଖୁସି ଅଗ୍ରୱାଲ ଟପ୍ପର

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରିସଂଖ୍ୟାନ ବିଭାଗର ଖୁସି ଅଗ୍ରୱାଲ ୯୧.୨୯ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ୭୦ଟି ୟୁନିଭର୍ସିଟି ଓ କଲେଜର ୧୪,୪୦୧ ସିଟ ପାଇଁ ପରୀକ୍ଷା ହୋଇଥିଲା। ମୋଟ୍‌ ୫୫,୭୪୬ ଜଣ ଏହି ପରୀକ୍ଷା ଦେଇଥିବା ବେଳେ ୫୨, ୭୮୦ ଜଣଙ୍କର ମେଧା ତାଲିକା ୱେବସାଇଟ୍‌ରେ ପ୍ରକାଶ ପାଇଛି। ମେଧା ତାଲିକା www.samsodisha.gov.inରେ ଉପଲବ୍ଧ ହେଉଛି।

ମତାମତ ଦିଅନ୍ତୁ ।