ପିକ୍‌ନିକ୍ କାଳ ହେଲା : ଜଣେ ମୃତ, ୪ ଗୁରୁତର

ଟାଙ୍ଗୀ : ପିକ୍‌ନିକ୍ ସାରି ଫେରୁଥିବା ବେଳେ ଦୁର୍ଘଟଣା। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଖବର ଅନୁଯାୟୀ ନୟାଗଡ ପୋଲିସ ଟ୍ରେନିଂ ସ୍କୁଲର ଦୁଇ ଜଣ କର୍ମଚାରୀ ପରିବାର ସହ ଚିଲିକା ଭ୍ରମଣ ପାଇଁ ଆସିଥିଲେ। ଟାଟା ନାନୋ କାରରେ ସେମାନେ ଥିଲେ ୫ ଜଣ। ହେଲେ ଫେରିବା ସମୟରେ ନାଚୁଣୀ ଫାଣ୍ଡି ନିକଟ କହେଁଇପୁର ଛକରେ ସେମାନଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ବୈଜୟନ୍ତୀ ପଟ୍ଟନାୟକ ନାମକ ମହିଳାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଏ ସନ୍ତୋଷ କୁମାର, ଏ ଜ୍ୟୋତି, ଏ ଦିନେଶ କୁମାର ଓ ସାଧୁ ଚରଣ ପଟ୍ଟନାୟକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୋଲିସ୍ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।