ପିକ୍ଅପ୍ ଭ୍ୟାନ-ବାଇକ୍ ମୁହାଁମୁହିଁ: ୨ ମୃତ

ନୂଆପଡ଼ା : ଖଡ଼ିଆଳ ଥାନା ଅନ୍ତର୍ଗତ ସାନ ମହେଶ୍ୱର ଗାଁ ନିକଟରେ ଏକ ଦୁର୍ଘଟଣା ଘଟିଛି। ପିକ୍ଅପ୍ ଭ୍ୟାନ୍ ସହ ଧକ୍କା ହେବାରୁ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ପୋଲିସ ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡିଛି।

ଖବର ଅନୁଯାୟୀ ପୋଡାପାଲି ଗାଁର ରାଜୁ ଶବର ଓ ଡୁମେରଵାହାଲ ଗାଁର ଦିବ୍ୟରଜଂନ ଘିଭେଲା ଏକ ବାଇକ୍ ଯୋଗେ ଖଡ଼ିଆଳକୁ ଯାଉଥିଲେ। ରାୟପୁରରୁ ଆସୁଥିବା ପିକ୍ଅପ୍ ଭ୍ୟାନ୍ ସହିତ ବାଇକର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦିବ୍ୟରଜଂନ ଓ ରାଜୁଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଖଡ଼ିଆଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି।

ମତାମତ ଦିଅନ୍ତୁ ।