ପିଲା ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ

0

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ମାନସିଂପୁର ଗ୍ରାମର ଲୋକେ ପିଲା ଚୋର ସନ୍ଦେହରେ ଜଣେ ଯୁବକକୁ ନିସ୍ତୁକ ମାଡ ମାରିଛନ୍ତି।

ଖବର ଅନୁଯାୟୀ ସୋମବାର ରାତିରେ ଜଣେ ଯୁବକ ମାନସିଂହପୁର ଗ୍ରାମରେ ବୁଲିଥିଲା। ବିଳମ୍ବିତ ରାତିରେ ଅଜଣା ଯୁବକକୁ ଦେଖି ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ସେମାନେ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ଯୁବକ ନିକଟରୁ ଦୁଇଟି ଛୁରୀ ଓ ଆଧାର କାର୍ଡ ମିଳିଥିଲା। ତେବେ ଛୁରୀ ଧରି କାହିଁକି ସେ ରାତିରେ ଆସିଥିଲେ ତା’ର ଉତ୍ତର ନଦେବାରୁ ପିଲା ଚୋର ସନ୍ଦେହରେ ଗ୍ରାମବାସୀ ନିସ୍ତୁକ ମାଡ ମାରିଥିଲେ। ମାଡ ଖାଇବା ପରେ ଚୋରି କରିବାକୁ ଆସିଥିବା କହିବାରୁ ସେଇ ଯୁବକଙ୍କୁ ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି। ତାଙ୍କ ଘର ଟାଙ୍ଗି ଥାନା ଅନ୍ତର୍ଗତ ଭୂଷଣ୍ଡପୁର-ଝାଟିନୂଆଗାଁରେ ବୋଲି ଜଣାପଡିଛି।

Leave A Reply

Your email address will not be published.