ପିଲାଚୋର ସନ୍ଦେହରେ ଛେଚା ଖାଇଲେ ଦାଦା-ପୁତୁରା

ବାଲେଶ୍ଵର : ପିଲା ଚୋର ସନ୍ଦେହରେ ଦାଦା –ପୁତୁରାଙ୍କୁ ନିର୍ଧୂମ ମାଦ। ଗ୍ୟାସ ସଂଯୋଗୀକରଣର ଯାଞ୍ଚ ପାଇଁ ଆସିଥିବା ଦୁଇ ଯୁବକଙ୍କ କଥାରେ ତାଳମେଳ ନରହିବାରୁ ସେମାନେ ଏହିଭଳି ପରିସ୍ଥିତିର ସାମ୍ନା କରିଛନ୍ତି। ଘଟଣାଟି ନୀଳଗିରି ଥାନା ପୋଡାସୁଳ ଅଞ୍ଚଳରେ ଘଟିଛି।
ଖବର ଅନୁଯାୟୀ ସନ୍ତୋଷ ପାତ୍ର ଓ ତାଙ୍କ ଦାଦା ଗଣେଶ୍ୱର ପାତ୍ର ଆଜି ସକାଳେ ନୀଳଗିରି ଥାନା ପୋଡାସୁଳ ଗାଁରେ ପହଞ୍ଚିଥିଲେ। ଗ୍ୟାସ ସଂଯୋଗୀକରଣର ଯାଞ୍ଚ କରିବାକୁ ଡିଲର ପଠାଇଥଲେ ହେଁ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ନ ପାରିବାରୁ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା। ସେମାନେ ପିଲାଚୋର ଗାଁ’ରେ ପ୍ରଚାରିତ ହୋଇଯିବାରୁ ଲୋକେ ଦାଦା-ପୁତୁରାଙ୍କୁ ନିର୍ଧୂମ ଛେଚିଥିଲେ। କିଛି ଲୋକ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି।