ପିଲାଛୁଆ ନହେବାରୁ ସ୍ୱାମୀକୁ ଜୀଅନ୍ତା ଜାଳିଦେଲା ସ୍ତ୍ରୀ

ଭୋପାଲ : ମଧ୍ୟପ୍ରଦେଶରେ କରଓ୍ୱା-ଚୌଥ୍ ଦିନ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି। ବିବାହର ଦୀର୍ଘ ବର୍ଷ ପରେ ପିଲାଛୁଆ ନହେବାରୁ ଉଭୟଙ୍କ ମଧରେ ଝଗଡ଼ା ହୋଇଥିଲା। ପରେ ମହିଳା ଜଣକ ସ୍ୱାମୀଙ୍କୁ ଜୀଅନ୍ତା ଜାଳି ମାରିବାକୁ ଚେଷ୍ଟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ବିବାହର ୮ବର୍ଷ ହୋଇଥିଲେ ମଧ୍ୟ ମହିଳାଙ୍କର ପିଲାଛୁଆ ନଥିଲା। ଏହି କାରଣ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତିଦିନ କଳି ଲାଗୁଥିଲା। କରଓ୍ୱା-ଚୌଥ୍ ଦିନ ଝଗଡ଼ା ଚରମ ସୀମାରେ ପହଞ୍ଚିବାରୁ ସ୍ତ୍ରୀ ହିରଲବାଇ କିରାସିନ୍ ଢାଳି ସ୍ୱାମୀ ତୋପ ସିଂହଙ୍କୁ ଜୀଅନ୍ତା ଜାଳିଦେଲା। ତୋପ ଚିତ୍କାର କରିବାରୁ ଆଖ ପାଖର ଲୋକେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ସେତେବେଳକୁ ତୋପ ଶରୀର ଅଧିକାଂଶ ନିଆଁରେ ପୋଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଦେଲେ। ପୋଲିସ ଏହି ଘଟଣାରେ ପତ୍ନୀ ହିରଲବାଇଙ୍କୁ ଗିରଫ କରିଛି।

ମତାମତ ଦିଅନ୍ତୁ ।