ପିଲାଙ୍କ ଉପରେ କୋଭାକ୍ସିନ ଟିକାର ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ : ଛୋଟ ପିଲାଙ୍କ ଉପରେ ଆଜିଠାରୁ କୋଭାକ୍ସିନ ଟିକାର ପରୀକ୍ଷଣ ଆରମ୍ଭ ହୋଇଛି। ବିହାରର ପାଟନାରେ ଥିବା ଏମ୍ସରେ ୨ରୁ ୧୮ ବର୍ଷ ପିଲାଙ୍କ ଉପରେ ଏହି ପରୀକ୍ଷଣ ଆରମ୍ଭ କରାଯାଇଥିବା ପ୍ରସାର ଭାରତୀୟ ପକ୍ଷରୁ ଖବର ପ୍ରକାଶ ପାଇଛି। ପ୍ରଥମ ଦିନରେ କେତେ ପିଲାଙ୍କ ଉପରେ ପରୀକ୍ଷା କରାଯାଇଛି ତା’ର ତଥ୍ୟ ମିଳିନାହିଁ।

ପାଟନା ଏମ୍ସ ପକ୍ଷରୁ ଛୋଟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଗତ ସପ୍ତାହରୁ ଖୋଲା ଯାଇଥିଲା। କିଛିଦିନ ତଳେ ଡିଜିସିଆଇ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ଦେଇଥିଲା। ପାଟନା ଏମ୍ସ ବ୍ୟତୀତ ଦିଲ୍ଲୀ ଏମ୍ସ ଓ ନାଗପୁରରେ ଥିବା ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଛୋଟ ପିଲାଙ୍କ ଉପରେ ଟିକାର ପରୀକ୍ଷା ପାଇଁ ଅନୁମତି ମିଳିଛି।

ପାଟନା ଏମ୍ସର ସୁପରିନଟେଣ୍ଡେଣ୍ଟ ଡା ସିଏମ ସିଂହ କହିଛନ୍ତି ଟ୍ରାଏଲ ଫେଜରେ ୭୦ରୁ ୮୦ ପିଲାଙ୍କୁ ଟିକାକରଣର କରିବାର ଯୋଜନା ରହିଛି। ଶୁକ୍ରବାର ଜଣେ ୧୩ ବର୍ଷୀୟ ବାଳକ ଟ୍ରାଏଲ ପାଇଁ ପ୍ରଥମେ ପଞ୍ଜୀକରଣ କରିଥିଲେ। ଟ୍ରାଏଲ ପୂର୍ବରୁ ପିଲାମାନଙ୍କ ଆରଟି-ପିସିଆର ଓ ଆଣ୍ଟିବଡି ଟେଷ୍ଟ କରାଯିବ ପରେ ଟ୍ରାଏଲରେ ସାମିଲ କରାଯିବ।

Leave a Reply

Your email address will not be published. Required fields are marked *

Back to top button