ପିଲାଙ୍କ ଉପରେ ଟ୍ରକ୍ ମାଡିଗଲା : ୨ ମୃତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମହୋବା ଜିଲ୍ଲାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ୟୁସନ ଯାଉଥିବା ୧୨ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପରେ ଟ୍ରକ୍ ମାଡିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ମୃତ ଓ ଆହତ ଛାତ୍ରଙ୍କ ପରିବାର ଲୋକେ ଧାରଣା ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଖବର ଅନୁଯାୟୀ ଗୁରୁବାର ସକାଳେ କୁଲପହାଢ ତାନା ଅଞ୍ଚଳର ସୁଙ୍ଗୀରା ଗ୍ରାମର ଦଶମ ଓ ଦ୍ୱାଦଶ ଶ୍ରେଣୀର ୧୨ରୁ ଅଧିକ ଛାତ୍ରଛାତ୍ରୀ ଟ୍ୟୁସନ ପାଇଁ ଯାଉଥିଲେ। ସେହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଛାତ୍ରଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣ ପ୍ରାଣ ହରାଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିଲେ।

ମତାମତ ଦିଅନ୍ତୁ ।