ପିପିଲି-ଡେ଼ଲାଙ୍ଗର ବିକାଶ କଥା ମୁଁ ବୁଝିବି : ନବୀନ

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ପ୍ରଚାର କରିଛନ୍ତି।

ସୋମବାର ଏହି ପ୍ରଚାର ଅବସରରେ ନବୀନ କହିଛନ୍ତି ପିପିଲି-ଡେ଼ଲାଙ୍ଗର ବିକାଶ କଥା ମୁଁ ନିଜେ ବୁଝିବି। ସେ କହିଲେ ‘କଳାର ଭୂମି ପିପିଲି-ଡେ଼ଲାଙ୍ଗର ଚାନ୍ଦୁଆ ଦେଶବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣିଛି। ଧନ୍ୟ ଏହି ମାଟି। ମହାନତାର ଇତିହାସ ଏହି ମାଟିକୁ ମୋର ପ୍ରଣାମ। ଆଜି ପିପିଲି ଡେଲାଙ୍ଗ ଯାଇଥିଲେ ମୁଁ ବହୁତ ଖୁସି ହୋଇଥାନ୍ତି। ମୁଁ ଜାଣେ ମୋ ପ୍ରତି ଆପଣଙ୍କ ଭଲ ପାଇବା ରହିଛି। ଯଦି ମୁଁ ପିପିଲି ଡେଲାଙ୍ଗ ଯାଇଥାନ୍ତି ତେବେ ମତେ ଆଶୀର୍ବାଦ କରିବାକୁ ଆପଣମାନେ ବହୁ ସଂଖ୍ୟାରେ ଏକାଠି ହୋଇଥାନ୍ତେ। ମହାମାରୀ କୋଭିଡ ସମୟରେ ଏହା ଉଚିତ ହେବ ନାହିଁ। ମୋ ପାଇଁ କେହି ବିପଦରେ ପଡୁ ମୁଁ ଚାହିଁବି ନାହିଁ। ଏଥିପାଇଁ ଭିଡିଓ କନଫରେନ୍ସରେ ଆପଣମାନଙ୍କୁ ଭେଟୁଛି।

ନବୀନ କହିଲେ କରୋନା ଦୂର ହେବା ପରେ ମୁଁ ପିପିଲି ଯାଇ ଆପଣମାନଙ୍କୁ ଭେଟିବି। ଆପଣଙ୍କ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ପିପିଲି-ଡେ଼ଲାଙ୍ଗର ଜନସାଧାରଣ ସବୁବେଳେ ବିଜୁ ଜନତା ଦଳ ସହ ଅଛନ୍ତି। ବିଜୁ ବାବୁଙ୍କ ପ୍ରତି ଓ ବିଜୁ ପରିବାର ପ୍ରତି ଆପଣଙ୍କର ବହୁତ ଭଲ ପାଇବା ଅଛି। କରୋନାର ଦ୍ଵିତୀୟ ଲହର ଏବେ ଦେଖାଦେଇଛି। ଆପଣମାନେ କୋଭିଡ ନିୟମ ପାଳନ କରନ୍ତୁ। ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ। ମୋର ଅନୁରୋଧ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ବୋଲି ନବୀନ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button