Breaking Newsଅପରାଧ

ପିପିଲି : ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଆହତ

ପୁରୀ : ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା କଣାସ ବଜାରରେ କିଛି ଯୁବକଙ୍କ ଆକ୍ରମଣରେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶନିବାର ରାତିରେ କଣାସ କ୍ୱାରେଣ୍ଟାଇନ୍‌ ସେଣ୍ଟର ଭିତରେ ସରପଞ୍ଚଙ୍କ ସ୍ୱାମୀ ଥିବାବେଳେ ବାହାରୁ କିଛି ଯୁବକ ସେଠାରେ ପହଞ୍ଚି ଟେକା ପଥର ମାଡ଼ କରିଥିଲେ। ସରପଞ୍ଚଙ୍କ ସ୍ୱାମୀ ଏ ସମ୍ପର୍କରେ ଫୋନକରି ଗ୍ରାମବାସୀଙ୍କୁ ଜଣାଇବାରୁ ସେମାନେ ଆସି ଖୋଜାଖୋଜି କରିଥିଲେ। ଏହି ସମୟରେ ଅନ୍ଧାରରେ ଲୁଚି ରହିଥିବା ଦୁର୍ବୃତ୍ତମାନେ ଗ୍ରାମବାସୀଙ୍କ ଉପରେ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଆକ୍ରମଣରେ ଗ୍ରାମର ୪ ଯୁବକ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କଣାସ ଡାକ୍ତରଖାନା ଓ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।

Back to top button