ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ

ପିପିଲି : ପିପିଲି ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ ପରଲୋକ ହୋଇଥିବା ସୂଚନା ମିଳିଛି। ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର ପରଲୋକ ହୋଇଯାଇଛି। ଏହି ଖବର ପାଇ କଂଗ୍ରେସର ବରିଷ୍ଠ ନେତା ଆପୋଲ ହସ୍ପିଟାଲରେ ପହଞ୍ଚିଥିବା ଖବର ମିଳିଛି।

ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଉପନିର୍ବାଚନ ବନ୍ଦ ହୋଇପାରେ। ଏନେଇ ନିର୍ବାଚନ କମିଶନର ଆନୁଷ୍ଠାନିକ ଘୋଷଣା କରିପାରନ୍ତି। କାରଣ ଜନପ୍ରତିନିଧି ଆଇନ୍ ୧୯୫୧ର ସେକ୍ସନ୍ ୫୨ର ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କର ଯଦି ମତଦାନ ପୂର୍ବରୁ ଦେହାନ୍ତ ହୁଏ ତେବେ ନିର୍ବାଚନ କମିଶନ ସ୍ୱତନ୍ତ୍ର କ୍ଷମତା ବଳରେ ନିର୍ବାଚନକୁ ସ୍ଥଗିତ କରିପାରିବେ। ବର୍ତ୍ତମାନ ପିପିଲି କ୍ଷେତ୍ରରେ ଅନୁରୂପ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button