ପିପିଲି ନିର୍ବାଚନୀ ହିଂସା : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡ଼ି ଟିମ୍

0

ଭୁବନେଶ୍ଵର : ଗତକାଲି ପିପିଲିରେ ବିଜେଡ଼ି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ଶାସକ ଦଳ ଅଭିଯୋଗ କରିଥିଲା। ଆଜି ଏହି ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳର ୫ ଜଣିଆ ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ବିଜେପି ଏବେ ରକ୍ତମୁଖା ହୋଇଯାଇଛି। ଗତକାଲି ବିଜେପି କର୍ମୀମାନଙ୍କ ଆକ୍ରମଣରେ ୨ ଜଣ ବିଜେଡି କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡେଲାଙ୍ଗ ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। କିଛି ମହିଳା କର୍ମୀଙ୍କୁ ଆକ୍ରମଣ କରାଯାଇଛି ବୋଲି ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ରାଜ୍ୟର ଜଣେ ମନ୍ତ୍ରୀ ଓ ତାଙ୍କ ଗାଡିକୁ ଆକ୍ରମଣ କରାଯାଇଛି। ୟୁପି ଓ ବିହାର ଭଳି ବିଜେପି ହିଂସା ଆଚରଣ କରୁଛି। ନିର୍ବାଚନ ହାରିବା ଭୟରେ ବିଜେପି ଏମିତି କରୁଛି ବୋଲି ସସ୍ମିତ କହିଛନ୍ତି।

Leave A Reply

Your email address will not be published.