ପିପିଲି : ପ୍ରଚାର ବେଳେ କଂଗ୍ରେସ ପ୍ରାର୍ଥୀ ଅସୁସ୍ଥ

ପିପିଲି : ପିପିଲିରେ ଉପନିର୍ବାଚନରେ ପ୍ରଚାର ପାଇଁ ବାହାରୁ ଥିବା ସମୟରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପିପିଲି ନିକଟବର୍ତ୍ତୀ ମୋଟରୀ ଆଙ୍କୋଇ ଗାଁରୁ ପ୍ରଚାର ପାଇଁ ବାହାରୁଥିଲେ। କିନ୍ତୁ ହଠାତ ଅସୁସ୍ଥ ହୋଇ ତଳେ ପଡିଯିବାରୁ ସମର୍ଥକମାନେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଭେଟିଥିବାବେଳେ ଡାକ୍ତରଙ୍କ ଠାରୁ ସ୍ୱାସ୍ଥବସ୍ଥା ବିଷୟରେ ବୁଝିଛନ୍ତି। ତେବେ ଅଜିତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button