ପିପିଲି ଉପନିର୍ବାଚନ ଘୁଞ୍ଚିଲା : ମେ’ ୧୬ରେ ଭୋଟ, ୧୯ରେ ଗଣତି

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପୁଣି ଘୁଞ୍ଚିଲା। ଆସନ୍ତା ମେ’ ୧୬ ତାରିଖରେ ଭୋଟ ଗ୍ରହଣ ଓ ୧୯ରେ ହେବ ଗଣତି। ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ୧୩ ତାରିଖରେ ଇଦ୍-ଉଲ-ଫିତର ପଡୁଥିବାରୁ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

କୋଭିଡ କଟକଣା ମଧ୍ୟରେ ପିପିଲି ନିର୍ବାଚନ ହେଉଥିବାରୁ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାତାଙ୍କୁ ଗୋଟିଏ ଲେଖାଏଁ ଗ୍ଲୋଭସ୍ ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button