ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସର ଦାବି : ବିଜେପି ଓ ବିଜେଡିର ଅଗ୍ରାହ୍ୟ

0

ଭୁବନେଶ୍ଵର : ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସ ଦାବି କରିଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। କିନ୍ତୁ ଲୋକଙ୍କ ଜୀବନକୁ ବାଜି ଲଗେଇ ନୁହେଁ। ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଲଢ଼ିବା କେତେଦୂର ସମୀଚୀନ। କଂଗ୍ରେସ ଜଣେ ପ୍ରାର୍ଥୀଙ୍କୁ ହରାଇ ସାରିଛି। ଏହି ଉପନିର୍ବାଚନରେ ସରକାର ବଦଳି ଯିବନି। ତେଣୁ ସମସ୍ତେ ଭୋଟ୍ ଅପେକ୍ଷା ଲୋକଙ୍କ ଜୀବନ କଥା ଚିନ୍ତା କରନ୍ତୁ। ସେଥିପାଇଁ କଂଗ୍ରେସ ପକ୍ଷରୁ ବିଜେପି, ବିଜେଡି ଓ ନିର୍ବାଚନ କମିସନଙ୍କୁ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି କଂଗ୍ରେସ ଯାହା କହୁଛି ତାଙ୍କ ନେତା ସୁରେଶ ରାଉତରାୟ ଅନ୍ୟ କଥା କହୁଛନ୍ତି। ପ୍ରଥମେ ସେମାନେ ନିଷ୍ପତ୍ତି କରନ୍ତୁ କଣ କରିବେ। ତାପରେ ନିର୍ବାଚନ କମିସନଙ୍କୁ ଭେଟି ଦାବି ରଖନ୍ତୁ। ନିର୍ବାଚନ କମିସନ ଯେଉଁ ପ୍ରୋଟୋକଲ କରିଛନ୍ତି ସେହି ଅନୁସାରେ ନିର୍ବାଚନ ହେଉଛି। ମୁଖ୍ୟମନ୍ତ୍ରୀ କହି ସାରିଛନ୍ତ ପ୍ରାର୍ଥୀଙ୍କ ସମେତ ପାଞ୍ଚ ଜଣ ବୁଲି ବୁଲି ପ୍ରଚାର କରୁଛନ୍ତି। କୌଣସି ସଭା ଶୋଭାଯାତ୍ରା ନକରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କଂଗ୍ରେସ ଅଭିଯୋଗର ବାସ୍ତବତା ଓ ସତ୍ୟତା ନାହିଁ। ଏହା କେବଳ ପଲିଟିକାଲ ଗିମିକ। ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି। ନୋଟିଫିକେସନ ହୋଇସାରିଥିବାରୁ ନିର୍ବାଚନ ବନ୍ଦ ହେବାର ସମ୍ଭାବନା ନାହିଁ। ଯଦି ସମସ୍ତ ରାଜନୈତିକ ଦଳ ଶହେ ପ୍ରତିଶତ କୋଭିଡ୍ ନିୟମ ମାନି ନିର୍ବାଚନ ଲଢ଼ିବେ ତେବେ ଏହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିପାରିବ।

Leave A Reply

Your email address will not be published.