ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କରିବେ ନବୀନ

ଭୁବନେଶ୍ଵର : ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଜମିଲାଣି। ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକମାନେ ନିଜ ପ୍ରାର୍ଥୀଙ୍କ ପ୍ରତି ଭୋଟରମାନଙ୍କୁ ଆକ୍ରୁଷ୍ଟ କରିବାକୁ ଉଦ୍ୟମ ଜାରି ରହିଛନ୍ତି। କିନ୍ତୁ ସମସ୍ତଙ୍କ ନଜର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି। ତେବେ ଚର୍ଚ୍ଚା ହେଉଥିଲା ମୁଖ୍ୟମନ୍ତ୍ରୀ ପିପିଲି ଯାଇ ବିଜେଡି ପ୍ରାର୍ଥୀ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରଙ୍କ ପାଇଁ ପ୍ରଚାର କରିବେ। ଏବେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ହେଲା ମୁଖ୍ୟମନ୍ତ୍ରୀ କରିବେ ଭର୍ଚୁଆଲ ପ୍ରଚାର।
ବିଧାୟକ ଶ୍ରୀ ସାମନ୍ତରାୟ ସୂଚନା ଅନୁଯାୟୀ ପ୍ରତି ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ପ୍ରଚାର କରାଯିବ। କର୍ମୀ ଏକାଠି ହେବା ସ୍ଥାନରେ ଏଲଇଡି ଲାଗିବ। ୩୫ ହଜାରରୁ ଅଧିକ ଭୋଟରେ ଜିତିବାକୁ ଦଳ ଯୋଜନା ରଖିଛି। ସୂଚନାଯୋଗ୍ୟ ପିପିଲି ଆସନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ। ମେ’ ୨ ତାରିଖରେ ଫଳାଫଳ ଘୋଷଣା ହେବ।