ପିପିଲି ଉପନିର୍ବାଚନ ପାଇଁ ବିଜେପିର ରୁଦ୍ଧଦ୍ୱାର ବୈଠକ

0

ଭୁବନେଶ୍ଵର : ପିପିଲି ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବାପରେ ବିଜେପିର ବସିଥିବା ରୁଦ୍ଧଦ୍ୱାର ବୈଠକ ଶେଷ ହୋଇଛି।

ମଙ୍ଗଳବାର ଭୁବନେଶ୍ଵର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଡି. ପୁରେନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟ ସଭାପତି ସଭାପତି ସମୀର ମହାନ୍ତି, ସଂପାଦିକା ଲେଖାଶ୍ରୀ ସାମନ୍ତସିହାଂର, ପୁରୀ ଜିଲ୍ଲା ବିଜେପି ସଭାପତିଙ୍କ ସହ ପୁରୀ ଓ ବ୍ରହ୍ମଗିରି ବିଧାୟକ ସାମିଲ ଥିଲେ। ପିପିଲି ଉପନିର୍ବାଚନରେ ଦଳର ରଣନୀତି ଓ ବିଧାୟକ ପ୍ରାର୍ଥୀ ନାଁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହି ବ୍ୟତୀତ ଅନ୍ୟ କେତେକ ପ୍ରସଂଗ ଓ ସାଙ୍ଗଠନିକ ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.